Friday , September 29 2023
Breaking News
Home / ତାଜା ଖବର / ବରଯାତ୍ରୀ ହୋଇଯାଇ ନିଖୋଜଥିବା ଯୁବକଙ୍କ ମୃତ ଦେହ ପରିତ୍ୟକ୍ତ କୂଅରୁ ଉଦ୍ଧାର

ବରଯାତ୍ରୀ ହୋଇଯାଇ ନିଖୋଜଥିବା ଯୁବକଙ୍କ ମୃତ ଦେହ ପରିତ୍ୟକ୍ତ କୂଅରୁ ଉଦ୍ଧାର

ଖୋର୍ଦ୍ଧା / ଭୁବନେଶ୍ୱର,୧୧/୧୨/୨୦୨୦(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ରମ୍ଭାବିଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି  ନିରାକାରପୁର ଅଞ୍ଚଳର ଡ଼ିଆ ଗ୍ରାମର ତ୍ରିନାଥ ବାରିକଙ୍କ ମଝିଆ ପୁଅ  ବିକାଶ । ବିକାଶ ଗତ ୯ ତାରିଖ ଅର୍ଥାତ୍ ବୁଧବାର ରାତିରେ ରମ୍ଭାବିଲ୍ଲୀ ଗ୍ରାମକୁ ଏକ ବାହାଘର ରେ  ବରଯାତ୍ରୀ ହୋଇ ଆସିଥିଲେ । ଏହାପରେ ସେ ଆଉ ଘରକୁ ଫେରି ନଥିଲେ । ବିକାଶ ଘରକୁ ଫେରିନଥିବାରୁ ପରିବାର ଲୋକ ଯାଇ ରମ୍ଭାବିଲ୍ଲୀ ଗ୍ରାମରେ ଖୋଜା ଖୋଜି କରି ନପାଇ ଶୁକ୍ରବାର ଜଙ୍କିଆ ଥାନାରେ ଅଭିଯୋଗ କରିଥିଲେ ।  ରମ୍ଭାବିଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ବିକାଶ ର ମୃତଦେହ ଉଦ୍ଧାର ହୋଇଛି । ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ଘଟଣାରେ ଜଙ୍କିଆ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତ  ବିକାଶ ଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ଓ ସମ୍ପର୍କୀୟମାନେ ନୂଆ ଜଗନ୍ନାଥ ସଡକର ରମ୍ଭାବିଲି ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *