Saturday , October 16 2021
Breaking News
Home / ବିଶେଷ / ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧାବୀଛାତ୍ରଙ୍କୁ ସହାୟତା

ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧାବୀଛାତ୍ରଙ୍କୁ ସହାୟତା

କେନ୍ଦ୍ରାପଡା,୧୧/୧୨/୨୦୨୦(ଓଡ଼ିଶା ସମାଚାର)- ବସପୁରସ୍ଥିତ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧାବୀ ଗରୀବ ଛାତ୍ରଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥôକ ସହାୟତା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଏକମାଣିଆ ଗ୍ରାମର ଗରୀବ ଦିନମଜୁରିଆ ପ୍ରତାପ ବେହେରାଙ୍କ ପୁଅ ପରମାନନ୍ଦ ବେହେରା ଚଳିତବର୍ଷ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ +୨ କଳାରେ ୮୪.୩୩ ପ୍ରତିଶତ ମାର୍କ ରଖି ପାସ କରିଥିଲେ । ତାଙ୍କର ବାପାଙ୍କ ଆର୍ଥôକ ଅବସ୍ଥା ସ୍ୱଛଳ ନଥିବାରୁ ଉଚ୍ଚଶିକ୍ଷା ନିମନ୍ତେ ତାଙ୍କୁ ଆର୍ଥିକ ସହାୟତାର ଆବଶ୍ୟକତା ରହିଥିଲା । ଏ ସମ୍ପର୍କରେ ଖବର ପାଇବା ପରେ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ସମାଜସେବୀ ଭଗବାନ ବିଶ୍ୱାଳ ମେଧାବୀଛାତ୍ର ପରମାନନ୍ଦଙ୍କୁ ୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଖୀବଟରେ ପତ୍ରିକା ‘ଅନ୍ତରୀକ୍ଷ’ର ଲୋକାର୍ପଣ ଉତ୍ସବ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ସ୍ଥାନୀୟ ସଖୀବଟ ସଭା ଗୃହରେ କଳା, ସାହିତ୍ୟ, ସଂସ୍କୃତି, ସେବା …

Leave a Reply

Your email address will not be published. Required fields are marked *