ପାରାଦୀପ,୧୧/୧୨/୨୦୨୦(ଓଡ଼ିଶା ସମାଚାର)- ଦାଦାବଟି ନ ଦେବାରୁ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପାରାଦୀପ ଥାନା ଅନ୍ତର୍ଗତ ତାରିଣୀଗଡ଼ା ଅଂଚଳରେ ଏହି ଘଟଣା ଘଟିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଘଟଣାରୁ ପ୍ରକାଶ ତାରେଣୀଗଡ଼ାର ଲକ୍ଷ୍ମୀକାନ୍ତ ସାହୁ ଆଜି ସନ୍ଧ୍ୟାରେ ଘର ନିକଟରେ ଏକ ରାସ୍ତା କାର୍ଯ୍ୟର ତଦାରଖ କରୁଥିବା ସମୟରେ ବିକାଶ ସାହୁ ଓ ଚିନ୍ମୟ ଦାସଙ୍କ ସହିତ ଆଉ ୪/୫ ଜଣ ଯୁବକ ସେଠାରେ ପହଂଚିଥିଲେ । ସେମାନେ ଲକ୍ଷ୍ମୀକାନ୍ତଙ୍କୁ ଲକ୍ଷେ ଟଙ୍କା ଦାଦାବଟି ମାଗିଥିଲେ । ତେବେ ଟଙ୍କା ଦେବାକୁ ସେ ରାଜି ନ ହେବାରୁ ଉପରୋକ୍ତ ଯୁବକମାନେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଲୁହା ରଡ୍ ଼ରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୁଣ୍ଡ ଫାଟି ଯାଇଥିଲା । ତାଙ୍କ ପରିବାର ଲୋକମାନେ ଘଟଣାସ୍ଥଳରେ ପହଂଚି ଯିବାରୁ ସେମାନଙ୍କୁ ମଧ୍ୟ ଦୁର୍ବୁତମାନେ ଆକ୍ରମଣ କରିଥିଲେ । ପୁଲିସ ଏକ ମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର