Tuesday , December 7 2021
Breaking News
Home / ତାଜା ଖବର / ତାଜା ଖବର : ଜେନେରେଟର ଧୂଆଁ ରେ ଶ୍ୱାସ ରୁଦ୍ଧ ହୋଇ ୨ ମୃତ, ୨ ଗୁରୁତର ଅସୁସ୍ଥ

ତାଜା ଖବର : ଜେନେରେଟର ଧୂଆଁ ରେ ଶ୍ୱାସ ରୁଦ୍ଧ ହୋଇ ୨ ମୃତ, ୨ ଗୁରୁତର ଅସୁସ୍ଥ

କେନ୍ଦୁଝର, ୧୧/୧୨/୨୦୨୦(ଓଡ଼ିଶା ସମାଚାର)- ସଦର ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ସଦର ଥାନା ଅ÷ନ୍ତର୍ଗତ କାଠବାରୀ ଗାଁ ରେ ଏକ ବାହାଘର ଭୋଜି ରେ ଲାଗିଥିବା ଜେନେରେଟର ରୁମ୍ ରେ ଶୋଇଥିବା ୪ ଜଣ ଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି । ଶୀତ ରୁ ରକ୍ଷା ପାଇବା ପାଇଁ ଜେନେରେଟର ରୁମ୍ ରେ ଉଷୁମ ହେଉଥିବାରୁ ସେହି ଘରର କବାଟ ଓ ଝରକା ବନ୍ଦ କରି ସେମାନେ ଶୋଇଥିଲେ । ସକାଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଓ ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତୁରନ୍ତ କେନ୍ଦୁଝର ହସପିଟାଲକୁ ନିଆଯାଇଥିଲା । ଜଣେ ଗୁରୁତର ଅସୁସ୍ଥ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ୨ ଜଣ ହେଉଛନ୍ତି ବାଦଲ ନାଏକ ଓ ବାଇଧର ନାଏକ । ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *