Tuesday , October 4 2022
Breaking News
Home / ରାଜନୀତି / ଜିଲା ଯୁବ ବିଜେଡି ଉପସଭାପତି ହେଲେ ମହେନ୍ଦ୍ର

ଜିଲା ଯୁବ ବିଜେଡି ଉପସଭାପତି ହେଲେ ମହେନ୍ଦ୍ର

କେନ୍ଦ୍ରାପଡ଼ା, ୧୧/୧୨/୨୦୨୦(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା ଯୁବ ବିଜେଡିର ନୂତନ ଉପସଭାପତି ଭାବେ ମହେନ୍ଦ୍ର କୁମାର ମିଶ୍ରଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ପୂର୍ବରୁ ରାଜ୍ୟ ଯୁବ ବିଜେଡିର ସମ୍ପାଦକ ଥିବା ଶ୍ରୀ ମିଶ୍ର କଲେଜ ଜୀବନରୁ ଛାତ୍ର ରାଜନୀତି ସହ ସଂପୃକ୍ତ ରହିଆସିଛନ୍ତି । ସେ ଜଣେ ସମାଜସେବୀ ଓ ସୁସଂଗଠକ ଭାବେ ସାଧାରଣରେ ବେଶ ପରିଚିତ । ଶ୍ରୀ ମିଶ୍ରଙ୍କୁ ଏହି ଦାୟୀତ୍ୱ ମିଳିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ନିଯୁକ୍ତି ପାଇଁ ମହେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । ଆଗାମୀ ଦିନରେ ଜିଲ୍ଲାର ଯୁବ ବିଜେଡି ସଂଗଠନକୁ ସୁଦୃଢ କରିବା ନିମନ୍ତେ ସେ ଅପ୍ରାଣ ଉଦ୍ୟମ କରିବେ ବୋଲି କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.