Friday , October 22 2021
Breaking News
Home / ତାଜା ଖବର / ଗୁଳିମାଡ଼ରୁ ଅଳ୍ପକେ ବର୍ତିଲେ ଯୁବକ

ଗୁଳିମାଡ଼ରୁ ଅଳ୍ପକେ ବର୍ତିଲେ ଯୁବକ

ଭୁବନେଶ୍ୱର,୧୧/୧୨/୨୦୨୦(ଓଡ଼ିଶା ସମାଚାର)-ଭୁବନେଶ୍ବର କଳିଙ୍ଗବିହାର ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି । ଜାମିନରେ ଆସିଥିବା ଅଭିଯୁକ୍ତ ସଞ୍ଜୟ ଖୁଣ୍ଟିଆଙ୍କୁ ଗୁଳିମାଡ ହୋଇଛି । ତେବେ ଗୁଳିମାଡରୁ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ୪ ରାଉଣ୍ଡ ଗୁଳିମାଡ କରିଥିବା ଜଣାପଡିଛି । କଳିଙ୍ଗ ବିହାର କେ-୪ ଲକ୍ଷ୍ମୀମଣ୍ଡପ ସମ୍ମୁଖରେ ଏହି ଗୁଳିକାଣ୍ଡ ହୋଇଛି । ଘଟଣାସ୍ଥଳରୁ ତମାଣ୍ଡୋ ଥାନା ପୋଲିସ ଗୋଟିଏ ଖୋକା ଜବତ କରିଛି । ତେବେ ଗୁଳିମାଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ପୋଲିସ ତଦନ୍ତ କରୁଛି ।ପୂର୍ବ ଶତୃତାରୁ ଏହି ଗୁଳିମାଡ଼  ହୋଇଥାଇ ପାରେ । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *