Friday , September 22 2023
Breaking News
Home / ବିଶେଷ / କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ଫିରିଙ୍ଗିଆ ର ବିକାଶ ର ଚିତ୍ର…

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ଫିରିଙ୍ଗିଆ ର ବିକାଶ ର ଚିତ୍ର…

କନ୍ଧମାଳ, ୧୦/୧୨/୨୦୨୦(ଓଡ଼ିଶା ସମାଚାର / କିଶୋର ସାହୁ)- ଆଜକୁ ଭାରତ ସ୍ୱଧିନ ହେବା ର ବହୁଦିନ ବିତିଯାଇଥିଲେ ମଧ୍ୟ ଫିରିଙ୍ଗିଆ ପଂଚାୟତ ର ଛଅ ନ ୱାଡ ର ନାହାଣଗାଁ ଗ୍ରାମ ବ୍ଲକ କାର୍ୟ୍ୟାଳୟ ରୁ ମାତ୍ର ୨୦୦ମିଟର ଦୂରରେ ଅବସ୍ତିତ କିନ୍ତୁ ଆଜି ପର୍ୟ୍ୟନ୍ତ ରାସ୍ତା ଟିଏ ହୋଇ ପାରିନାହିଁ । ଏହି ଗ୍ରାମ ଦେଇ ଦମକଳ କେନ୍ଦ୍ର, ବିଦୂ୍ୟତ ବିଭାଗ କାର୍ୟ୍ୟାଳୟ, କାଳୀପୂଜା ସାହି, ତଳପଡା, ଭାଳୁରୁଗାଁ, ଡାଇସାରା, ତରଗାବାଲି ଏଇଭଳି ୨୦ରୁ ଅଧିକ ଗ୍ରାମ ବାସି ଏହି ରାସ୍ତା ଉପରେ ନିର୍ଭର କରନ୍ତି । କିନ୍ତୁ ଏଇ ରାସ୍ତା ରେ ଆମ୍ବୁଲାନ୍ସ ଟେ ଆସିବା ପାଇଁ ସୁବିଧା ନାହିଁ ଫଳରେ ଗର୍ଭବତୀ ମହିଳା ମାନଙ୍କ ପାଇଁ ବହୁ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି । ପାଠ ପଢ଼ିବାକୁ ଯିବାପାଇଁ ପିଲା ମାନେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହୁଅନ୍ତି । ମାନ୍ୟବର ପରିବହନ ମନ୍ତ୍ରୀ ଫୁଲ ବାଣୀ ବିଧାୟକ ଥିବା ବେଳେ କିଛି ରାସ୍ତା କାମ ହୋଇ ଥିଲା, କିନ୍ତୁ ସେ ଗଲା ପରେ ତିନି ତିନିଟା ବିଧାୟକ ଆସିଲେଣି କିନ୍ତୁ କାହାର ଦେଖା ମିଳୁନାହିଁ । ଏହି ନାହାଁଣଗା ଗ୍ରାମରେ ନା ରାସ୍ତା ରେ ମାଟି ଟିକିଏ ପଡୁଛି । ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଲେ ମଧ୍ୟ ଫଳ ଶୂନ । ସତେ ଯେମିତି ସରକାରୀ ଯୋଜନାରେ ଅଛୁଆଁ ହୋଇ ରହି ଯାଇଛି ଏଇ ଗ୍ରାମ । ମା କୁ ସମ୍ନାନ ଗାଁ କୁ କାମ ନାରା ଦେଉଥିବା ନବୀନ ସରକାର ଏଇ ଗ୍ରାମ ପାଇଁ ଅଭିଶାପ ପାଲଟିଛି । ବ୍ଲକ କାର୍ୟ୍ୟାଳୟ ର ନିକଟତମ ଗ୍ରାମ ରେ ଯଦି ଏଇ ଭଳିଆ ବିକାଶ , ତାହା ହେଲେ ଉପାନ୍ତ ଅଞ୍ଚଳ ରେ କୋଉ ଭଳିଆ ବିକାଶ ହେଉଥିବ ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି । ଯଦି ଆଗାମୀ ଦିନ ରେ ସରକାର ରାସ୍ତା ତିଆରି ନ କରନ୍ତି ତାହା ହେଲେ ରାଜ ରାସ୍ତା କୁ ଓଲେହିବେ ବୋଲି ଚେତାବନି ଦେଇ ଅଛନ୍ତି ଅଞ୍ଚଳ ବାସୀ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *