Friday , September 22 2023
Breaking News
Home / ବିଶେଷ / କତାର୍ ଉର୍ଜା ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ରେ ଆଲୋଚନା

କତାର୍ ଉର୍ଜା ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ରେ ଆଲୋଚନା

ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶପାଇଁ ଗଠନ ହେବ ଟାସ୍କ୍ଫୋର୍ସ –ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୧୧/୧୨/୨୦୨୦ (ଓଡ଼ିଶା ସମାଚାର)-ଭାରତର  ଉର୍ଜା  କ୍ଷେତ୍ରରେ  କତାରର  ପୁଞ୍ଜିନିବେଶ ପାଇଁ ଟାସ୍କ୍ ଫୋର୍ସ ଗଠନ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର କତାର ର ଉର୍ଜା  ମନ୍ତ୍ରୀ ତଥା କତାର  ପେଟ୍ରୋଲିୟମ ସଭାପତି ଓସିଇଓ  ସାଦ୍  ଶେରିଦା  ଅଲ-କବିଙ୍କ  ସହ ଟୋଲିଫୋନରେ ଆଲୋଚନା କରିବା ପରେ ଶ୍ରୀ ପ୍ରଧାନ ଏହି ସୂଚନା ଦେଇଛନ୍ତି । ଭାରତର  ସାମଗ୍ରିକ ଉର୍ଜା  କ୍ଷେତ୍ରରେ  କତାରର ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା  ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ କତାରର ମନ୍ତ୍ରୀ ଅଲ-କବିଙ୍କ ମଧ୍ୟରେ ଟେଲିଫୋନ୍ ମାଧ୍ୟମରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରୁ  ଜଣାପଡିଛି ଯେଭାରତର  ଉର୍ଜା କ୍ଷେତ୍ରରେ  କତାରର  ପୁଞ୍ଜିନିବେଶ  ପାଇଁ ଏକ  ଟାସ୍କଫୋର୍ସ ଗଠନ ନେଇଇଭୟ ମନ୍ତ୍ରୀ ସମ୍ମତି ପ୍ରକାଶ କରିଛନ୍ତି । କାତାର  ପେଟ୍ରୋଲିୟମ ର ଉପସଭାପତି  ଓ  ଭାରତ  ସରକାରଙ୍କ  ପେଟ୍ରୋଲିୟମ  ମନ୍ତ୍ରଣାଳୟର  ବରିଷ୍ଠ ଅଫିସରମାନେ ଗଠନ ହେବାକୁଥିବା ଟାସ୍କଫୋର୍ସ ର ପ୍ରତିନିଧିତ୍ୱ କରିବେ । ଭାରତର ଉର୍ଜା କ୍ଷେତ୍ରରେ ଥିବା କେଉଁ ନିର୍ଦ୍ଧିଷ୍ଟ ପ୍ରକଳ୍ପରେ  କତାରର  ପୁଞ୍ଜନିବେଶ  କରିପାରିବ,  ପ୍ରତିନିଧିମାନେ  ଉକ୍ତ  ପ୍ରକଳ୍ପ ଗୁଡ଼ିକର ଅନ୍ୱେଷଣ କରିବେ । ଭାରତକୁ ଏଲଏନଜି ଏବଂ ଏଲପିଜିର ନିରନ୍ତର ଯୋଗାଣରେ କତାରର ଭୂମିକା ଉପରେ ଶ୍ରୀ ପ୍ରଧାନଏହି ଆଲୋଚନାରେ  ଦୋହରାଇଥିଲେ । ଉର୍ଜା  କ୍ଷେତ୍ରରେ ଦ୍ୱିପାକ୍ଷିକ  ଚୁକ୍ତିକୁ ସୁଦୃଢ଼  କରିବା  ନେଇ ଉଭୟ  ମନ୍ତ୍ରୀ ସମ୍ମତି ପ୍ରକାଶ କରିଥିଲେ  । ଏହା ସହ କେବଳ କ୍ରୟ ବିକ୍ରୟ ନୁହେଁ ବରଂଦ୍ୱିପାକ୍ଷିକ ନିବେଶ ପାଇଁ ଭାରତ ଓ କତାର ର ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *