Monday , December 6 2021
Breaking News
Home / ତାଜା ଖବର / ୫ ଜଣ କରୋନା ସଂକ୍ରମିତ ଙ୍କର ମୃତ୍ୟୁ – ୩୪୩ କରୋନା ସଂକ୍ରମିତ ଚିହ୍ନଟ

୫ ଜଣ କରୋନା ସଂକ୍ରମିତ ଙ୍କର ମୃତ୍ୟୁ – ୩୪୩ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୦/୧୨/୨୦୨୦ (ଓଡ଼ିଶା ସମାଚାର)- ଗତ୨୪ ଘଣ୍ଟା ମଧ୍ୟରେ   ୫ ଜଣ କରୋନା ସଂକ୍ରମିତ ଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଇଛି । ୫ ମୃତକଙ୍କ ମଧ୍ୟରୁ ୨ ଜଣ ମହିଳା ଓ ୩ ଜଣ ପୁରୁଷ । ବଲାଙ୍ଗୀର, ଖୋର୍ଦ୍ଧା, କେନ୍ଦୁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।

ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୪୬ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୨ଜଣ, ବାଲେଶ୍ୱର ଜିଲ୍ଲାରୁ ୧୭ଜଣ, ବରଗଡ଼ ଜିଲ୍ଲାରୁ ୧୮ଜଣ, ଭଦ୍ରକ ଜିଲ୍ଲାରୁ ୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୯ଜଣ, କଟକ ଜିଲ୍ଲାରୁ ୨୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୮ଜଣ, ଜଗତସିଂହପୁର ଜିଲ୍ଲାରୁ ୧୩ଜଣ, ଯାଜପୁର ଜିଲ୍ଲାରୁ ୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮ଜଣ, କଳାହାଣ୍ଡି ଜିଲ୍ଲାରୁ ୧୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ଜଣ, କେନ୍ଦୁଝର ଜିଲ୍ଲାରୁ ୧୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୨ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମାଲକାନଗିରି ଜିଲ୍ଲାରୁ ୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୦ଜଣ, ନୟାଗଡ଼ ଜିଲ୍ଲାରୁ ୨ଜଣ, ନୂଆପଡ଼ା ଜିଲ୍ଲାରୁ ୧୨ଜଣ, ପୁରୀ ଜିଲ୍ଲାରୁ ୨୨ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ, ସମ୍ବଲପୁର ଜିଲ୍ଲାରୁ ୧୫ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୪୧ଜଣ, ଷ୍ଟେଟ୍ ପୁଲ୍ରୁ ୭ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୨୬୪୨ରେ ପହଞ୍ଚିଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୨୨୬୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୧୭୪୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାରେ ୧୭୯୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଆଉ ୩୩୮୩ ଜଣ ଚିକିତ୍ସାଧିନ ଅଛନ୍ତି ।  ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୨୮୧୧୬୨ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।  ଓଡ଼ିଶା ସମାଚାର

About admin

Check Also

ଅର୍ଦ୍ଧଦଗ୍ଧ ଅଜଣା ମୃତଦେହ ଉଦ୍ଧାର

କଟକ ,୦୪/୧୨/୨୦୨୧(ଓଡ଼ିଶା ସମାଚାର/ ଦେବାଶିଷ ରଥ)- କଟକ ପୁରିଘାଟ ଥାନା ଅନ୍ତର୍ଗତ ଗଣେଷଘାଟ ଘାଟ ଗଡାରେ ମିଳିଲା ଏକ ଅର୍ଦ୍ଧଦଗ୍ଧ …

Leave a Reply

Your email address will not be published. Required fields are marked *