Tuesday , October 19 2021
Breaking News
Home / ବିଶେଷ / ୧୭ଲକ୍ଷର ବ୍ରାଉନ୍ ସୁଗର ଜବତ – ୨ ଗିରଫ

୧୭ଲକ୍ଷର ବ୍ରାଉନ୍ ସୁଗର ଜବତ – ୨ ଗିରଫ

କଟକ, ୧୦/୧୨/୨୦୨୦ (ଓଡ଼ିଶା ସମାଚାର)- ସହରଠାରୁ ଆରମ୍ଭ କରି ନିପଟ ମଫସଲ ପର୍ଯ୍ୟନ୍ତ ସବୁଠି ଚାଲିଛି ଅବାଧ ନିଶା କାରବାର । ପୁଲିସ ଠାରୁ ଆରମ୍ଭ କରି ଅବକାରୀ ବିଭାଗ ସମସ୍ତେ ଚଢ଼ଉ କରୁଛନ୍ତି, ହେଲେ ଫଳ ଶୂନ । କେବଳ ଦୋଷ ଛଡାଇବା ପାଇଁ ଏହି ଚଢଉ ଉଦ୍ଧିଷ୍ଟ ବୋଲି ଅଭିଯୋଗ ହେଉଛି । ବୁଧବାର ଅବକାରୀ ଗୁଇନ୍ଦା ବିଭାଗ ଦ୍ୱିତୀୟ ୟୁନିଟ୍ ପକ୍ଷରୁ ଚଢଉ କରାଯାଇ ୧୬୫ ଗ୍ରାମ୍ ବ୍ରାଉନ୍ ସୁଗର ଓ ଗୋଟିଏ ବାଇକ୍ ଜବତ ହେବା ସହ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଦ୍ୱୟ ବାରଙ୍ଗ ଅଂଚଳର ପ୍ରଶାନ୍ତ ବେହେରା(୪୦) ଓ ସନ୍ତୋଷ ବେହେରା(୩୯) ବୋଲି ଜଣାପଡିଛି । ଅଭିଯୁକ୍ତ ପ୍ରଶାନ୍ତ ଓ ସନ୍ତୋଷ ଭୁବନେଶ୍ୱରରୁ କଟକକୁ ବ୍ରାଉନସୁଗର ବିକ୍ରି କରିବାକୁ ଆସୁଥିବା ସମ୍ପର୍କରେ ଅବକାରୀ ଇନସ୍ପେକ୍ଟର ଜଗଦୀଶ ସାମଲ ସୂଚନା ପାଇଥିଲେ । ତଦନୁଯାୟୀ ଶ୍ରୀ ସାମଲଙ୍କ ନେତୃତ୍ୱରେ ତ୍ରିଶୁଳିଆ ଛକରେ ଚଢଉ କରି ଅଭିଯୁକ୍ତ ଦ୍ୱୟଙ୍କୁ ଅଟକାଇ ପଲସର ବାଇକ୍ (ଓଆର -୦୨-ବିଟି- ୫୮୬୩)କୁ ତଲାସି ନେଇଥିଲେ । ପରେ ୧୬୫ ଗ୍ରାମ୍ ବ୍ରାଉନସୁଗର ଓ ବାଇକ୍ ଜବତ କରିଥିଲେ  । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧୭ଲକ୍ଷ ଟଙ୍କା ହେବ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡା ସହରରେ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ବେସ ତତ୍ପର ହୋଇ ଉଠିଥିବା ଦେଖାଯାଇଛି …

Leave a Reply

Your email address will not be published. Required fields are marked *