Tuesday , October 26 2021
Breaking News
Home / ତାଜା ଖବର / ଡ଼ି ବ୍ରଦର୍ସ ଙ୍କ ଘର ଉପରେ କମିସନରେଟ ପୁଲିସର ଚଢ଼ାଉ – ୮ଟି ବନ୍ଧୁକ ଓ ୫୦୦ଟି ଗୁଳି ଓ ଅନେକ ମୋବାଇଲ ଫୋନ୍ ଜବତ – ୩ ଅଟକ

ଡ଼ି ବ୍ରଦର୍ସ ଙ୍କ ଘର ଉପରେ କମିସନରେଟ ପୁଲିସର ଚଢ଼ାଉ – ୮ଟି ବନ୍ଧୁକ ଓ ୫୦୦ଟି ଗୁଳି ଓ ଅନେକ ମୋବାଇଲ ଫୋନ୍ ଜବତ – ୩ ଅଟକ

କଟକ,୧୦/୧୨/୨୦୨୦ (ଓଡ଼ିଶା ସମାଚାର)- ବହୁ ଚର୍ଚ୍ଚିତ କୁଖ୍ୟାତ ଅପରାଧୀ ଦୁଇ ଭାଇ ସୁଶାନ୍ତ ଧଳସାମନ୍ତ ଏବଂ ସୁଶୀଲ ଧଳସାମନ୍ତ ( ଡ଼ି ବ୍ରଦର୍ସ) ଙ୍କ ସିଡିଏସ୍ଥିତ ଘର ଉପରେ କମିସନରେଟ ପୁଲିସ ଆଜି ସନ୍ଧ୍ୟାରେ ଅତର୍କିତ ଚଢ଼ାଉ କରିଛି। ଚଢ଼ାଉ ସମୟରେ ପୁଲିସ ୮ଟି ବନ୍ଧୁକ ଓ ୫୦୦ଟି ଗୁଳି ଜବତ କରିଛି। ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଗୁଳିଗୁଡ଼ିକ ଏକ ସିଲ୍ ବାକ୍ସ ଭିତରେ ଥିଲା ବୋଲି ସେ କହିଛନ୍ତି। ଏଥି ସହିତ ପୁଲିସ ଏକାଧିକ ମୋବାଇଲ ମଧ୍ୟ ଜବତ କରିଛି। ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ପଚରାଉଚରା ସମୟରେ ଧଳବ୍ରଦର୍ସ’ଙ୍କ ଘରେ ବିପୁଳ ପରିମାଣରେ ଗୁଳି ଓ ବନ୍ଧୁକ ଥିବା ପୁଲିସକୁ ସୂଚନା ମିଳିଥିଲା ଏବଂ ଏହି ଆଧାରରେ ଅତର୍କିତ ଚଢ଼ାଉ କରାଯାଇଥିଲା। ସୂଚନାଯୋଗ୍ୟ, କୁଖ୍ୟାତ ଅପରାଧୀ ଧଳସାମନ୍ତ ଧଳସାମନ୍ତଙ୍କ ନାମରେ ବିଭିନ୍ନ ଥାନାରେ ହତ୍ୟା, ଲୁଟପାଟ ଓ ବଟି ଆଦାୟ ଭଳି ମାମଲା ରହିଛି। ଏହା ପୂର୍ବରୁ ଧଳସାମନ୍ତଙ୍କ ବହୁ ସହଯୋଗୀଙ୍କୁ ଗିରଫ କରିଯାଇଛି। ଅନ୍ୟ କେତେକ ସ୍ଥାନରେ ଚଢ଼ାଉ ଜାରି ରହିଛି ।
ଦୁଇ ମୋଷ୍ଟ ଓ୍ବାଣ୍ଟେଡ ଭାଇ ହତ୍ୟାକାଣ୍ଡ, ବଟି ଆଦାୟ, ଅସ୍ତ୍ରଶସ୍ତ୍ର କାରବାର, ରାଜ୍ୟରେ ଟେଣ୍ଡର ଫିକ୍ସିଂ ଭଳି ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *