Wednesday , October 4 2023
Breaking News
Home / ବିଶେଷ / ହଷ୍ଟେଲରୁ ଏମ୍ସ ଛାତ୍ରଙ୍କ ମୃତଦେହ ଉଦ୍ଧାର

ହଷ୍ଟେଲରୁ ଏମ୍ସ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୧୦/୧୨/୨୦୨୦ (ଓଡ଼ିଶା ସମାଚାର)-ଏମ୍ସ ହସ୍ପିଟାଲର ଜଣେ ପିଜି ଛାତ୍ରଙ୍କ ମୃତଦେହ ହଷ୍ଟେଲର ବନ୍ଦକୋଠରୀରୁ ଉଦ୍ଧାର କରାଯାଇଛି । ତାଙ୍କ ମାନସିକ ସ୍ଥିତି ଭଲ ନଥିବାରୁ ସେ ପ୍ରଚୁର ଆନାସ୍ଥେସିଆ ନେଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଏମ୍ସ ଫାଣ୍ଡି ଅଧିକାରୀ ପହଂଚି ମୃତଦେହକୁ ଉଦ୍ଧାର କରିଥିଲେ । ମୃତକ ଜଣକ ହେଲେ ତାମିଲନାଡୁର ପ୍ରବୀଣ କୁମାର । ଏନେଇ ଖଣ୍ଡଗିରି ଥାନା ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା । ଶବ ବ୍ୟବଚ୍ଛେଦ ହେବାପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଗତ କିଛି ଦିନ ହେବ ପ୍ରବୀଣ କୁମାରଙ୍କ ମାନସିକ ସ୍ଥିତି ଭଲ ନଥିଲା । ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରିଛି । ଏନେଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ତାମିଲନାଡୁର ପ୍ରବୀଣ କୁମାର ଭୁବନେଶ୍ୱର ଏମ୍ସରେ ପିଜି ପ୍ରଥମ ବର୍ଷର ଛାତ୍ର ଥିଲେ । ସେ କିଛି ମାସ ହେବ ହଷ୍ଟେଲରେ ରହି ପଢ଼ୁଥିଲେ । କରୋନା ଯୋଗୁଁ ଅନ୍ୟ ଛାତ୍ରମାନେ ନିଜ ନିଜ ରାଜ୍ୟକୁ ପଳାଇଥିବା ବେଳେ ପ୍ରବୀଣ ରୁମ୍ ରେ ଏକା ରହୁଥିଲେ । ସୋମବାର ରାତିରେ ପ୍ରବୀଣ ଖିଆପିଆ କରି ରୁମ୍ ରେ ଶୋଇଥିଲେ । ମଙ୍ଗଳବାର ସକାଳ ହୋଇଯାଇଥିଲେ ମଧ୍ୟ ସେ କବାଟ ଖୋଲିନଥିଲେ । ପାଖ ରୁମ ରେ ଥିବା ଛାତ୍ରମାନେ ଡାକିଥିଲେ, ହେଲେ ସେ କବାଟ ଖୋଲିନଥିଲେ । ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ । ଏହାପରେ ଏମ୍ସ ଫାଣ୍ଡି ଅଧିକାରୀ ବାଦଲ କୁମାର ବରାଳ ଘଟଣା ସ୍ଥଳରେ ପହଂଚି କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ତାଙ୍କର ମୃତୁ୍ୟ ଘଟିଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *