Saturday , October 16 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ଶିଳ୍ପ ନିରାପତା କ୍ଷେତ୍ରରେ ଇଫକୋ କୁ ସଫଳତା

ଶିଳ୍ପ ନିରାପତା କ୍ଷେତ୍ରରେ ଇଫକୋ କୁ ସଫଳତା

ପାରାଦୀପ,୧୦/୧୨/୨୦୨୦(ଓଡ଼ିଶା ସମାଚାର)- ସ୍ଥାନୀୟ ଇଫକୋ ସାର କାରଖାନାକୁ ଶିଳ୍ପ ନିରାପତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୨୦୧୯/୨୦ ପାଇଁ ଫର୍ଟିଲାଇଜର ଆସୋସିଏସନ୍ ଅଫ୍ ଇଣ୍ଡିଆ (ଫାଇ) ଦ୍ୱାରା ପୁରସ୍କୃତ ହୋଇଛି । ଏହି ଅବସରରେ ଫାଇର ବାର୍ଷିକ ଅଧିବେଶନରେ ମାନ୍ୟବର କେନ୍ଦ୍ର ରାସାୟନ, ସାର ଓ ଜାହାଜ ଚଳାଚଳ ମନ୍ତୀ (ସ୍ୱାଧୀନ) ମନସୁଖ ଲାଲ ମଣ୍ଡଭିୟା ଓ ବିଭାଗୀୟ ସଚିବ ଛବିଳେନ୍ଦ୍ର ରାଉଳଙ୍କଠାରୁ ପାରାଦାପ ଇଫକୋର ନିର୍ବାହୀ ନିର୍ଦ୍ଦେଶକ କେ. ଜେ. ପଟେଲ ଓ ଯୁଗ୍ମ ସାଧାରଣ ସମ୍ପାଦକ ଜେ.ପି. ଶ୍ରୀବାସ୍ତବ ରନର୍ସଅପ୍ ପୁରସ୍କାର ଗ୍ରହଣ କରିଥିଲେ । ଏହି ପୁରସ୍କାର ପାଇବା ପରେ ଇଫକୋ ପାରାଦୀପ ୟୁନିଟର ଅଧିକାରୀ,କର୍ମଚାରୀ ମହଲରେ ଖୁସିର ଲହରି ଖେଳିଯାଇଛି । ଓଡ଼ିଶା ସମାଚାର

About admin

Check Also

କଳିଙ୍ଗ ଏନଭିରୋନମେଂଟ ଏକି୍ସଲେନ୍ସ ଆଓାର୍ଡ ଫାଇଭ୍ ଷ୍ଟାର ସମ୍ମାନ ହାସଲ କଲା ଇଫକୋ

ପାରାଦୀପ,୦୯/୧୦/୨୦୨୧(ଓଡ଼ିଶା ସମାଚାର)-  ପାରାଦୀପର ଇଫକୋ ସାରକାରଖାନା ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୨୦୨୦ବର୍ଷ ପାଇଁ କଳିଙ୍ଗ ଏନଭିରୋନମେ …

Leave a Reply

Your email address will not be published. Required fields are marked *