ଭୁବନେଶ୍ୱର, ୧୦/୧୨/୨୦୨୦ (ଓଡ଼ିଶା ସମାଚାର)-ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ଓ ୧୬ ଦିବସୀୟ ଲିଙ୍ଗଭିତିକ ହିଂସା ବିରୋଧୀ କାର୍ଯ୍ୟକ୍ରମର ଶେଷ ଦିବସ ଅବସରରେ ଅତିଥିମାନେ ଲିଙ୍ଗଭିତିକ ହିଂସାର ବିଲୋପ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି । ମହିଳା ଓ ଯୁବତୀ ମାନଙ୍କୁ ଅଧିକ ସଂଗଠିତ ହେବା ସହ ସ୍ୱର ଉତୋଳନ କରିବାକୁ ପଡିବ ବୋଲି ସିସିଡବ୍ଲୁଡି ଓ ଆକ୍ସନ୍ ଏଡ୍ ତରଫରୁ ଆୟୋଜିତ ଲିଙ୍ଗଭିତିକ ହିଂସାର ବିଲୋପ ସଂପର୍କୀତ ମାନବ ଶୃଙ୍ଖଳ ଓ ଚିତ୍ରାଙ୍କନ ପ୍ରଦର୍ଶନୀ ମାଧ୍ୟମରେ ପ୍ରତିଫଳିତ ହୋଇଥିଲା । ସ୍ଥାନୀୟ ପଥରବନ୍ଧ ବସ୍ତି ୱାର୍ଡ ନଂ. ୧୭ ଠାରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମହିଳା ଓ ଯୁବତୀମାନେ ମତାମତ ବାସ୍କ ରେ ନିଜର ମତ ପ୍ରଦାନ କରିଥିଲେ ।
ଅତିଥି ଭାବରେ ଆକ୍ସନ୍ଏଡ୍ର ଆଂଚଳିକ ପରିଚାଳକ ଦେବବ୍ରତ ପାତ୍ର, ଶୁଭେନ୍ଦୁ କୁମାର ରାୟ, ଗୈାରାଙ୍ଗ ଚନ୍ଦ୍ର ମହାପାତ୍ର, ଉଷାରାଣୀ ବେହେରା, ସିସିଡବ୍ଲୁଡିର ସଂପାଦକ ସଦାଶିବ ସ୍ୱାଇଁ, ଭୁବନେଶ୍ୱର ୟଙ୍ଗ ଅର୍ବାନ୍ ୱିମେନ୍ ଫୋରମ୍ ର ସଭାପତି ସସ୍ମିତା ମହାରାଣା ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ରେଣୁବାଳା ସାହୁ, ଗୀତାଞ୍ଜଳୀ ପଣ୍ଡା, ଦମୟନ୍ତୀ ସାହୁ, କଲ୍ୟାଣୀ ରାଉତ, କୃଷ୍ଣଚନ୍ଦ୍ର ମହନ୍ତ, ସଂଗ୍ରାମ କେଶରୀ ମଣ୍ଡଳ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ଅଣସଂଗଠିତ ଶ୍ରମିକ ମଂଚର ପ୍ରକାଶ ସାମଲ ଓ ବୈଷ୍ଣବ ଚରଣ ଲେଙ୍କା ଯୋଗଦାନ କରିଥିଲେ । ଓଡ଼ିଶା ସମାଚାର