Tuesday , October 19 2021
Breaking News
Home / ସ୍ୱାସ୍ଥ୍ୟ / ମଧୁ ଶାସନ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ

ମଧୁ ଶାସନ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ

ଗରଦପୁର,୧୦/୧୨/୨୦୨୦ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅଧିନସ୍ଥ ମଧୁ ଶାସନ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ଜିଲା ପରିଷଦ ସଭ୍ୟ ତଥା ସମିତିର ଅଧ୍ୟକ୍ଷ ପ୍ରକୃତି ବନ୍ଧୁ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ସର୍ବ ସମ୍ମତି କ୍ରମେ ଝାଡ଼ୁଦାରଙ୍କ ମଜୁରୀ ବୃଦ୍ଧି , ଅଗ୍ନୀ ନିର୍ବାପକ ଯନ୍ତ୍ର କିଣା , କମ୍ପ୍ୟୁଟର ଟେବୁଲ କିଣା, ହୋମିଓପ୍ୟାଥି ଔଷଧ କ୍ରୟ, ବିଦ୍ୟୁତ କାର୍ଯ୍ୟ ମରାମତି , ପାନୀୟ ଜଳ ଯୋଗାଣ , ରକ୍ତ ଚାପ ଯନ୍ତ୍ର ଆଦି କ୍ରୟ କରିବା ପାଇଁ ସ୍ଥିରୀକୃତ ହୋଇଥିଲା । ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ନୂଆ ବର୍ଯ୍ୟବସ୍ତୁ ପରିଚାଳନା ମେସିନ କୁ ଶୀଘ୍ର କାର୍ଯ୍ୟକ୍ଷମ କରାଇବା ପାଇଁ ସିଡ଼ିଏମଓ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥିର ହୋଇଥିଲା । ଏହା ବ୍ୟତୀତ ମୁଖ୍ୟ ରାସ୍ତା ଠାରୁ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ରାସ୍ତାକୁ କଙ୍କ୍ରିଟ ରାସ୍ତା କରାଯିବା ପାଇଁ ବୈଠକରେ ଗରଦପୁର ବିଡ଼ିଓ ଙ୍କୁ ଅନୁରୋଧ କରାଯାଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସୌନ୍ଦର୍ଯୀକରଣ ପାଇଁ ଶ୍ରୀ ଜେନା ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗରଦପୁର ବିଡ଼ିଓ ରଂଜିତ କୁମାର ମଲିକ, ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଣି ପ୍ରଜ୍ଞାଶ୍ରୀ ସାହୁ , ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ଇପସିତା ମହାନ୍ତି , ଫାର୍ମାଶିଷ୍ଟ ଦୀପକ ବଳ , ସୁଭ୍ରାନ୍ତ କୁମାର ମହାନ୍ତି, ସ୍ୱେଛାସେବୀ ରବିନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

 

About admin

Check Also

ମେରୁଦଣ୍ଡ ରୋଗ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ଏବଂ ଶୀଘ୍ର ଚିକିତ୍ସା କରିବା ଅତ୍ୟନ୍ତ ଜରୁରି ଅଟେ

ଭୁବନେଶ୍ୱର,୧୬/୧୦/୨୦୨୧(ଓଡ଼ିଶା ସମାଚାର)- ବାର୍ଦ୍ଧକ୍ୟ ପ୍ରକ୍ରିୟା ହେତୁ ସାଧାରଣ ଟିସୁ ଗଠନ ଏବଂ କାର୍ଯ୍ୟର କ୍ଷୟକୁ ଡିଜେରେଟିଭ୍ ରୋଗ ବୋଲି କୁହାଯାଏ …

Leave a Reply

Your email address will not be published. Required fields are marked *