Saturday , October 16 2021
Breaking News
Home / ବିଶେଷ / ବିଶ୍ୱ ମାନବାଧିକାର ଦିବସ ପାଳିତ

ବିଶ୍ୱ ମାନବାଧିକାର ଦିବସ ପାଳିତ

କେନ୍ଦ୍ରାପଡ଼ା, ୧୦/୧୨/୨୦୨୦ (ଓଡ଼ିଶା ସମାଚାର)- ଭାରତୀୟ ମାନବ ଅଧିକାର କାଉନସିଲ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାକାଳପଡାସ୍ଥିତ ଭାରତୀୟ ମାନବ ଅଧିକାର କାଉନସିଲ ଜିଲ୍ଲା ଶାଖା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ନିରାକାର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କାଉନସିଲର ଜାତୀୟ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଜିଲ୍ଲା ଉପସଭାପତି ନିରଞ୍ଜନ ପରିଡା, ଆଇନ ପରାମର୍ଶଦାତା ସୈାମ୍ୟରଞ୍ଜନ ଧଳ, ରାଜ୍ୟ ମିଡିଆ ପ୍ରଭାରୀ ଶୁଭେନ୍ଦୁ ସିଂ, ମହାକାଳପଡା ବ୍ଲକ ସଭାପତି ଚିତରଞ୍ଜନ ତରାଇ ଓ ସମ୍ପାଦକ ଫକିର ଖଟୁଆ ପ୍ରମୁଖ ଯୋଗଦେଇ ବିଶ୍ୱ ମାନବାଧିକାର ଦିବସ ପାଳନର ତାତପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *