Saturday , October 23 2021
Home / ବିଶେଷ / ପଦ୍ମ ଘୁଂଚି ଘୁଂଚି ଯାଉଛି…. ଅସମ୍ଭାଳ ହେଲାଣି ନିରାକାରପୁର ଲେବୁଲ କ୍ରସିଙ୍ଗ : ଓଭର ବ୍ରିଜ ୩୮ ମିଟରରୁ ପୁଣି ୬୨ ମିଟରକୁ ପରିବର୍ତନ

ପଦ୍ମ ଘୁଂଚି ଘୁଂଚି ଯାଉଛି…. ଅସମ୍ଭାଳ ହେଲାଣି ନିରାକାରପୁର ଲେବୁଲ କ୍ରସିଙ୍ଗ : ଓଭର ବ୍ରିଜ ୩୮ ମିଟରରୁ ପୁଣି ୬୨ ମିଟରକୁ ପରିବର୍ତନ

ନିରାକାରପୁର, ୧୦/୧୨/୨୦୨୦ (ଓଡ଼ିଶା ସମାଚାର)- ୪ ବର୍ଷରୁ ଅଧିକ ହେବ ଖୋର୍ଦ୍ଧା ଜିଲ୍ଲା ନିରାକାରପୁରଠାରେ  ନୟାଗଡ଼-ପୁରୀ ନୂଆ ଜଗନ୍ନାଥ ସଡ଼କ ଅତିକ୍ରମ କରିଥିବା ରେଳଧାରଣ ଉପରେ ଓଭର ବ୍ରିଜ ନିର୍ମାଣ ପାଇଁ ପ୍ରସ୍ତାବ ହୋଇଥିଲେ ବି ଅଦ୍ୟାବଧି ଏହି କାର୍ଯ୍ୟ ଆରମ୍ଭ ତ ଦୂରର କଥା ଚୁଡ଼ାନ୍ତ ଡ଼୍ରଇଁ ପ୍ରସ୍ତୁତି କରିବାରେ ରେଳ ବିଭାଗ ଓ ରାଜ୍ୟ ପୂର୍ତ ବିଭାଗ ମଧ୍ୟରେ ଚାଲିଛି ଲୁଛାଛପା ଖେଳ । ବାରମ୍ବାର ଡ଼୍ରଇଁ ପରିବର୍ତନ ରେଳ ବିଭାଗ ତରଫରୁ କରାଯାଉଥିବାରୁ ବ୍ରିଜର ନିର୍ମାଣ ଉପରେ ଆସିଛି ପ୍ରଶ୍ନବାଚୀ  । ପ୍ରସ୍ତାବିତ ସମୟରେ ଆସିଥିବା ଅନ୍ୟ ଓଭର ବ୍ରିଜ ମଧ୍ୟ ବର୍ତମାନ ବାଲୁଗାଁ -ବାଣପୁର ରାସ୍ତାରେ ଓଭର ବ୍ରିଜର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହିଲାଣି । କିନ୍ତୁ ଏ ପର୍ଯ୍ୟନ୍ତ ନିରାକାରପୁର ଲେବୁଲ କ୍ରସିଙ୍ଗ ଓଭର ବ୍ରିଜ କାର୍ଯ୍ୟ କେବଳ ଡ଼୍ରଇଁ ଓ ମାପଚୁପରେ ସୀମିତ ହୋଇ ରହିଛି । ବର୍ତମାନ ପୁରୀକୁ ସଂଯୋଗ କରୁଥିବା ଏହି ନୂଆ ଜଗନ୍ନାଥ ସଡ଼କରେ ଥିବା ରେଳ ଫାଟକଟି ୨୪ ଘଂଟା ଜନଗହଳି ଲାଗି ରହୁଛି । ଫଳରେ ଗୋଟିଏ ଥର ଗେଟ ପଡ଼ିଲେ ଖୋଲିବାକୁ ଅଧ ଘଂଟାରୁ ଘଂଟେ ଲାଗି ଯାଉଛି । ତେଣୁ ଏହି ରାସ୍ତା ଦେଇ ଯାତାୟତ କରିବାକୁ ଯାତ୍ରୀମାନେ ଡ଼ରିଲେଣି । ରାଜ୍ୟର ସମସ୍ତଙ୍କ ମନରେ ନିରାକାରପୁର ରେଳଫାଟକ ଉପରେ ଏକ ଭିନ୍ନ ଚିନ୍ତାଧାରା ସୃଷ୍ଟି ହେଲାଣି  । ଯାହା କି ନିରାକାରପୁର ଓ ଏହାକୁ ସଂଯୋଗ କରୁଥିବା ଅଂଚଳର ଅର୍ଥନୈତିକ ପ୍ରଗତିରେ ବାଧା ସୃଷ୍ଟି କରିଲାଣି । ଏହି ରେଳଫାଟକ ଉପରେ ଓଭର ବ୍ରିଜ ନିର୍ମାଣ କରିବାକୁ ପ୍ରସ୍ତାବ ଆସିଲା ପରେ ବ୍ରିଜ ନିର୍ମାଣ କରିବାକୁ ମାପଚୁପ ହେଲା ଓ ମାଟି ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଥିଲା । କିଛି ବ୍ୟକ୍ତି ବଜାର ମଧ୍ୟରେ ଓଭର ବ୍ରିଜ ଗଲେ ବଜାରବାସୀ କ୍ଷତିଗ୍ରସ୍ତ ହେବେ ବୋଲି ରାଜନୈତିକସ୍ତରରେ ଅଭିଯୋଗ କରିବା ପରେ ଏହି କାର୍ଯ୍ୟ ମନ୍ଥର ହୋଇଯାଇଥିଲା । ତା ପରଠାରୁ ଏହି ଓଭର ବ୍ରିଜ ନିର୍ମାଣରେ ବିଳମ୍ବ ଦେଖାଦେଇଛି । ବାରମ୍ବାର ନକ୍ସାର ଖେଳ ଚାଲିଛି ରେଳ ବିଭାଗ ଓ ପୂର୍ତ ବିଭାଗ ମଧ୍ୟରେ  । ବହୁ ପ୍ରସ୍ତାବିତ ଡ଼୍ରଇଁ ଚୁଡ଼ାନ୍ତ ହେବାକୁ ଯାଇ ବାରମ୍ବାର ବାତିଲ ହୋଇ ଫେରିଆସୁଛି । ତେଣୁ ଏହି ଓଭର ବ୍ରିଜ କେବେ ନିର୍ମାଣ ହେବ ତହା ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଲଣି । ଦିନକୁ ଦିନ ଏହି ରେଳଫାଟକଟିରେ ଅସମ୍ଭବ ଭିଡ଼ ଦେଖାଗଲାଣି । ଟ୍ରାଫିକ ବ୍ୟବସ୍ଥା ନ ଥିବାରୁ ଗେଟର ଉଭୟ ପାଶ୍ୱର୍ରେ ଏଣେ ତେଣେ ଯାନବାହାନ ଛିଡ଼ା ହେବାରୁ ଗେଟ ଖୋଲିଲା ବେଳକୁ ଅତିକ୍ରମ କରିବାକୁ ନାକେଦମ ହେବାକୁ ପଡ଼ୁଛି ଓ ଏହାକୁ ନେଇ ଗଣ୍ଡଗୋଳ ସୃଷ୍ଟି ହେଉଛି । ଗେଟ ଜଗୁଆଳୀ ଗେଟ ପକାଇବାକୁ ସାଇରନ ଦେଲେ ମଧ୍ୟ ଲୋକମାନେ ନ ମାନି ଗାଡ଼ି ମଟର ଅତିକ୍ରମ କରିବାରେ ବ୍ୟସ୍ତ ରହୁଛନ୍ତି । ଫଳରେ ଯାତ୍ରୀବାହୀ ଟ୍ରେନରୁ ଆରମ୍ଭ କରି ମାଲବାହୀ ଟ୍ରେନ ଆଉଟଡ଼ୋରରେ ଦୀର୍ଘ ସମୟ ଅଟକି ରହିବାକୁ ବାଧ୍ୟ ହେଉଛି ଯାହା ଫଳରେ ରେଳବାଇର ଲକ୍ଷ ଲକ୍ଷ ଟଙ୍କା କ୍ଷତି ଘଟିବା ସହ ନିର୍ଦ୍ଧିଷ୍ଟ ସମୟସୀମାରେ ଗାଡ଼ି ପହଂଚିବାରେ  ବିଳମ୍ବ ହେଉଛି । ତେଣୁ ରେଳ ବିଭାଗ ତରଫରୁ ଟ୍ରେନ ଆସିବାର ବହୁ ପୂର୍ବରୁ ରେଳଫାଟକ ପକାଇବା ଦ୍ୱାରା ମଧ୍ୟ ଉଭୟ ପାଶ୍ୱର୍ରେ ପ୍ରବଳ ଭିଡ଼ ହେଉଛି । ପୂର୍ବରୁ ଗେଟ ପଡ଼ିଥିଲେ ବି ପ୍ରାୟେ ବାଇକ ଚାଳକମାନେ ବାଇକକୁ ଗେଟ ତଳେ ଗଳାଇ ନେଇ ପଳାଉଥିଲେ କିଛି ମାତ୍ରରେ ଗହଳି କମିଯାଉଥିଲା । କିନ୍ତୁ ବର୍ତମାନ ରେଳ ବିଭାଗ ତରଫରୁ ଳୋକ ସୁରକ୍ଷା ଦୃଷ୍ଟିକୋଣରୁ ଏହି ଗେଟକୁ ଆଉ ଟିକେ ନିଚ୍ଚା କାରିବା ଫଳରେ ଆଉ କିଛି ଦିନ ହେବ ବାଇକ ଆରୋହୀମାନେ ତଳେ ଗଳି ଯାଇ ପାରୁ ନାହାଁନ୍ତି  । ଯାହା ଫଳରେ ଜାମ ଅତ୍ୟଧିକ ହେଉଛି । ଏଣେ ରେଳ ବିଭାଗ ଭବିଷ୍ୟତରେ ୪ଟି ରେଳଧାରଣା ଯିବା ଲକ୍ଷ୍ୟ ରଖି ବ୍ରିଜର ରେଳଧାରଣ ଉପରେ ୩୮ ମିଟର କୁ ଥରେ ୫୪ ମିଟର କରିଥିଲେ । ପୂନର୍ବାର ଡ଼୍ରଇଁରେ ତହାକୁ ବଢାଇ ୬୨ ମିଟର କରିଥିବା ପୂର୍ତ ବିଭାଗ ଯନ୍ତ୍ରୀଙ୍କଠାରୁ ଜଣାପଡ଼ିଛି । ତେଣୁ ଏହି ଓଭର ବ୍ରିଜ ନିର୍ମାଣ ହେବାରେ କୈାଣସି ନିଦ୍ଧିଷ୍ଟ ସମୟ ସୀମା ନ ଥିବାରୁ ବିଭାଗ ତରଫରୁ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଗେଟର ଉଭୟ ପାଶ୍ୱର୍ରେ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *