Thursday , September 28 2023
Home / ବିଶେଷ / ଜଙ୍ଗଲ ଜମି ପଟ୍ଟାପାଇବା ନିମନ୍ତେ ତହସିଲିଦାରଙ୍କୁ ଦାବିପତ୍ର

ଜଙ୍ଗଲ ଜମି ପଟ୍ଟାପାଇବା ନିମନ୍ତେ ତହସିଲିଦାରଙ୍କୁ ଦାବିପତ୍ର

        ୨୦୧୪ରୁ ପଟ୍ଟାପାଇବାକୁ ଅନୁମତି ମିଳିଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ

ନିରାକାରପୁର,୧୦/୧୨/୨୦୨୦ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ କୁଞ୍ଜୁରୀ ଗ୍ରାମପଂଚାୟତର ଆକାଶପଲ୍ଲୀ, ବେଲପଡା, ମୁଣ୍ଡିଲା, ଧୋବା ଧୋବଣୀ ଚନ୍ଦନପଟା, କୁଞ୍ଜୁରୀ ସଂଲଗ୍ନ ପଡା ଗ୍ରାମର ସର୍ବମୋଟ ୬ଟି ଗ୍ରାମର ୧୩୬ଜଣ ଆବେଦନ କାରୀ ଜଙ୍ଗଲ ଅଧିକାର ଆଇନି ୨୦୦୬ ଅନୁସାରେ ୨୦୧୪ମସିହାରେ ପଟ୍ଟା ପାଇବା ନିମନ୍ତେ ଚୟନ ହୋଇଥିଲେ । ଜଙ୍ଗଲ ଜମି ୨୦୦୬  ଆଇନି ଅନୁଯାୟୀ ଜଙ୍ଗଲ ବିଭାଗ ଓ ରାଜସ୍ୱ ବିଭାଗ ମିଳିତ ଆନୁକୂଲ୍ୟରେ ସରଜମିନ ତଦନ୍ତ   କରାଯାଇଥିଲା । ଦଖଲ ଜମିର ମାପକରାଯାଇ ଚିହ୍ନଟ କରି ସ୍କେଚ ମ୍ୟାପ ସଂଲଗ୍ନ କରାଯାଇ ଜିଲ୍ଲାପାଳଙ୍କୁ  ପ୍ରଦାନ କରାଯାଇଥିଲା । ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଧେଶ କ୍ରମେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ସରଜମିନ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଦାଇତ୍ୱ ଦିଆଯାଇଥିଲା ।ପ୍ରଥମ ପର୍ଯ୍ୟାୟ ୧୦ରୁ୨୦ ଡିସିମିଲି ଜାଗା ଦେବାପାଇଁ ରିପୋର୍ଟରେ ଦର୍ଶାଯାଇଥିଲା ।ଏହାର ବିରୁଦ୍ଧରେ ପ୍ରତିବାଦ କରିବାରୁ ୨ୟ ପର୍ଯ୍ୟାୟ ରିପୋର୍ଟରେ କୈାଣସି ଆବେଦନ କାରୀ ଆବେଦନ ପତ୍ର ଦାଖଲ କରିନାହାନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଅଛି । କିନ୍ତୁ ପ୍ରଶାସନ ଜାଣିସୁଣି ବାହାନା କରି ବିଳମ୍ବ କରିବା ସହ ୨୦୦୬ ଜଙ୍ଗଲ ଅଧିକାର ଆଇନିକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ ।

        ଅନୁରୁପ ଭାବେ ନୂଆଗଡ ଗ୍ରାମପଂଚାୟତର ପାତ୍ରପଡା, ବଡପୋଖରିଆ ,କମାଗୁରୁ ଗ୍ରାମପଂଚାୟତର ବେଲପଡା, ଅଚି୍ୟତପୁର ଗ୍ରାମପଂଚାୟତର ଅଚୂତପୁର, ରାଉଳସାହି, ରତାମାଟି, ଟାେଙ୍କାଳ ଗ୍ରାମପଂଚାୟତ ଟାେଙ୍କାଳ  ଇତ୍ୟାଦି ଗ୍ରାମରେ ବହୁ ଭୂମିହୀନ ଓ ବାସହୀନ ପରିବାର  ଜଙ୍ଗଲ ଜମିରେ  ଚାଷବାସ କରି ଜୀବିକା ନିର୍ବାହ କରି ଚଳିଆଶୁଛନ୍ତି । ହିତାଧିକାରୀ ମାନେ ଆବେଦନ କରି ଆସୁଥିଲେ  ମଧ୍ୟ ତାର ଅଗ୍ରଗତି ହେଉନଥିବା ଅଭିଯୋଗ ହେଉଛି । ଏ ସଂପର୍କରେ ଜନସଂଗଠନ ଏକତାପରିଷଦ  ଆନୁକୂଲ୍ୟରେ ସହସହ ଭୂମିହିନ ଜଙ୍ଗଲ ଜମି ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ପରିବାର ଟାଙ୍ଗି ତହସିଲିଦାରଙ୍କ ଜରିଆରେ ଜିଲ୍ଲାପାଳ, ଟାଙ୍ଗି ମଣ୍ଡଳ ଉନ୍ନୟନ ଅଧିକାରୀ, ମଙ୍ଗଳ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଘଟଣାର ସତ୍ୟାସତ୍ୟା ଅନୁସନ୍ଧାନ କରି ସାଧାରଣ ଆଦିବାସୀ , ଦଳିତ, ଭୂମିହୀନ ଓ ବାସହୀନ ମାନଙ୍କୁ ସେମାନଙ୍କ ଜୀବନ ଜୀବିକା ସୁନିଶ୍ଚିତ କରାଇବାକୁ  ଅନୁଷ୍ଠାନ ତରଫରୁ ଦାବି ପତ୍ର ପ୍ରଦାନ କାରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *