Sunday , October 2 2022
Breaking News
Home / ବିଶେଷ / ଏମପି ଙ୍କ ଦ୍ୱାରା ମେଧାବୀ ଛାତ୍ରଙ୍କୁ ସ୍ମାର୍ଟଫୋନ ବଣ୍ଟନ

ଏମପି ଙ୍କ ଦ୍ୱାରା ମେଧାବୀ ଛାତ୍ରଙ୍କୁ ସ୍ମାର୍ଟଫୋନ ବଣ୍ଟନ

ଭୁବନ ୧୦/୧୨/୨୦୨୦(ଓଡ଼ିଶା ସମାଚାର)- ଢେଙ୍କାନାଳ ସାଂସଦ ମହେଶ ସାହୁ ଗତକାଲି ସଂଧ୍ୟାରେ ଭୁବନ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଜନୈକ ଗରିବ ମେଧାବୀ ଛାତ୍ର ଙ୍କୁ ସ୍ମାର୍ଟଫୋନ ବଣ୍ଟନ କରିଥିଲେ । ଭୁବନ ଏନଏସି ଅନ୍ତର୍ଗତ ୧୪ ନମ୍ବର ୱାର୍ଡର ରମେଶ ଗୁରୁ ଙ୍କ ପୁଅ ରାହୁଳ ଗୁରୁ ଭୁବନ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥବା ବେଳେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଅନଲାଇନରେ ପାଠପଢି ପାରୁନଥିଲେ । ସାଂସଦ ଙ୍କୁ ଏ ସଂପର୍କରେ ପଣ୍ଡିତ ମାତୃପ୍ରସାଦ ମିଶ୍ର ଅବଗତ କରିବା ପରେ ସାଂସଦ ଶ୍ରୀଯୁକ୍ତ ସାହୁ ନିଜ ତରଫରୁ ଆଗ୍ରହ ପ୍ରକାଶ କରି ସ୍ମାର୍ଟଫୋନ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

 

Leave a Reply

Your email address will not be published.