Sunday , October 1 2023
Home / ବିଶେଷ / ଆହାର କେନ୍ଦ୍ର ଅନିୟମିତତା, ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆହାର କେନ୍ଦ୍ର ଅନିୟମିତତା, ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପାରାଦୀପ,୧୦/୧୨/୨୦୨୦(ଓଡ଼ିଶା ସମାଚାର)- ଏଠାରେ ଥିବା ଦୁଇଟି ଆହାର କେନ୍ଦ୍ର ଏକ ଅଣପଞ୍ଜିକୃତ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀ ସାମାଜିକ କର୍ମୀ ସଞ୍ଜୟ ସାମନ୍ତରାୟ ପାରାଦୀପ ପୌରପାଳିକାର ତତକାଳୀନ ନିର୍ବାହୀ ଅଧିକାରୀ ଓ ପାରାଦୀପ ଅତିରିକ୍ତ ଜିଲାପାଳଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ପାଇବାରୁ ବଂଚିତ ହେବା ପରେ ଶେଷରେ କଟକ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ (ଆରଡ଼ିସି)ଙ୍କ ନିକଟରେ ଅଭିଯୋଗ କରିଥିଲେ । ସେଠାରେ ମଧ୍ୟ ସମାନ ସମସ୍ୟା ସୃଷ୍ଟି ହୋଇଥିଲା । ଫଳରେ ଶ୍ରୀ ସାମନ୍ତରାୟ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ହାଇକୋର୍ଟ ଏହାର ଶୁଣାଣୀ କରି ଆସନ୍ତା ୩ ମାସ ଭିତରେ ବିଦ୍ଧିବଦ୍ଧ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଆରଡ଼ିସିଙ୍କୁ ନର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଅଭିଜିତ ସହଯୋଗ ସମିତି ନାମକ ଏକ ସଂସ୍ଥା ଅଠରବାଙ୍କିଠାରେ ଦୀର୍ଘ ୪ବର୍ଷ ତଳୁ ଆହାର କେନ୍ଦ୍ର ଚଳାଇ ଆସୁଛି । ତେବେ ଏହି ସଂସ୍ଥା ସରକାରୀ ଭାବେ ପଞ୍ଜିକୃତ ହୋଇ ନ ଥିବାବେଳେ ଜିଲା ପ୍ରଶାସନ କିଭଳି ଏହି ସହିତ ଚୁକ୍ତିବଦ୍ଧ ହେଲା ତାହାକୁ ନେଇ ସଞ୍ଜୟ ହାଇକୋର୍ଟଙ୍କ ନିକଟରେ ଅଭିଯୋଗ ଦର୍ଶାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *