Tuesday , January 18 2022
Breaking News
Home / ବିଶେଷ / ସାମ୍ବାଦିକ ଙ୍କ ମାତୃ ବିୟୋଗ

ସାମ୍ବାଦିକ ଙ୍କ ମାତୃ ବିୟୋଗ

ପାରାଦୀପ ୦୮/୧୨/୨୦୨୦(ଓଡ଼ିଶା ସମାଚାର)- ପାରାଦୀପରେ କାର୍ଯ୍ୟରତ ସାମ୍ବାଦିକ ଅବଦୁଲ ଆବିଦ୍ ଖାନ୍ ଙ୍କ ମାଆ ମମତାଜ ବିବି (୮୫)ଙ୍କର ତାଙ୍କ ଗାଁ ନିଆଳୀ ଠାରେ ହୃଦ୍ଘାତରେ ପରଲୋକ ହୋଇଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକମାନେ ତାଙ୍କୁ ନିଆଳୀ ଡାକ୍ତରଖାନା ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମମତାଜ ବିବି ଜଣେ ମେଳାପି ଓ ପରୋପକାରୀ ମହିଳା ଥିଲେ । ତାଙ୍କ ମୃତୁ୍ୟରେ ଗାଁ ଠାରୁ ପାରାଦୀପ ପର୍ଯ୍ୟନ୍ତ ଶୋକର ଛାୟା ଖେଳି ଯାଇଛି । ଦୁଇ ପୁଅ ବୋହୁ, ଚାରି ଝିଅଜ୍ୱାଇଁ, ନାତିନାତୁଣୀ ଙ୍କ ସମେତ ପରିବାର, ବନ୍ଧୁ ବାନ୍ଧବ ମାନଙ୍କ ଉପସ୍ଥିତିରେ ମମତାଜ ବିବି ଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।  ଓଡ଼ିଶା ସମାଚାର

About admin

Check Also

ଠିକାଦାର ଙ୍କ ମନମୁଖୀ କାର୍ୟ୍ୟ- କାଦୁଅରେ ଭାସୁଛି ଗାଁ ରାସ୍ତା

Leave a Reply

Your email address will not be published. Required fields are marked *