Sunday , October 17 2021
Breaking News
Home / ତାଜା ଖବର / ଭାରସାମ୍ୟ ହରାଇ ଓଲଟିଲା ଅଟୋ: ସ୍ୱାମୀ ମୃତ , ସ୍ତ୍ରୀ ଗୁରୁତର ଆହତ

ଭାରସାମ୍ୟ ହରାଇ ଓଲଟିଲା ଅଟୋ: ସ୍ୱାମୀ ମୃତ , ସ୍ତ୍ରୀ ଗୁରୁତର ଆହତ

ନିରାକାରପୁର, ୦୮/୧୨/୨୦୨୦ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ଗ୍ରାମର କିଛି ଶ୍ରମିକ ଅଟୋରେ ନିରାକାରପୁର କାମ କରିବାକୁ ଆସୁଥିବାବେଳେ ଗଡ଼ିଶଗଦା ଥାନା ଅନ୍ତର୍ଗତ ମୁଗୁପଦର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଭୁଷଣ୍ଡପୁର ପଂଚାୟତ ଉରୁମୁଖୀ ରୋଡ଼ ସାହିର ଚରଣ ବେହେରାଙ୍କ ପୁତ୍ର ସଞ୍ଜୟ ବେହେରା(୨୮) ଙ୍କର ମୃତ୍ୟୁ ଘଟିଛି ଓ ତାଙ୍କ ପତ୍ନୀ ସୁମି ବେହେରା ଗୁରୁତର ଆହତ ହୋଇଛନ୍ତି । ଉକ୍ତ ଅଟୋରେ ବସିଥିବା ମହିଳା,ପୁରୁଷଙ୍କ ମଧ୍ୟରୁ ଏକାଧିକ ଆହତ ହୋଇ ଖୋର୍ଦ୍ଧା ହସପିଟାଲରେ ଚିକତ୍ସିତ ହେଉଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ

ବାଲିଗୁଡା,୧୫/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି …

Leave a Reply

Your email address will not be published. Required fields are marked *