Tuesday , October 26 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ଭାରତୀୟ ଉପକୂଳରେ ଭାସମାନ ଜେଟିକୁ ପ୍ରୋତ୍ସାହନ

ଭାରତୀୟ ଉପକୂଳରେ ଭାସମାନ ଜେଟିକୁ ପ୍ରୋତ୍ସାହନ

ପାରାଦୀପ,୦୮/୧୨/୨୦୨୦(ଓଡ଼ିଶା ସମାଚାର)-କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ଭାସମାନ ସଂରଚନ ବୈଷୟିକ ନିର୍ଦ୍ଧିଷ୍ଟ କରଣ ପାଇଁ ଚିଠା ନିୟମାବଳୀ ସଂକଳନ ଜାରୀ କରିଛି । ଭାରତୀୟ ଉପକୂଳରେ ବିଶ୍ୱସ୍ତରୀୟ ଭାସମାନ ଭିତିଭୂମୀ ସ୍ଥାପନ ଏବଂ ନିୟୋଜନ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ରହିଛି । ଏଥିପାଇଁ ଜନସାଧାରଣଙ୍କ ପରାମର୍ଶ ଆହ୍ୱାନ କରାଯାଇଛି । ସୂଚନାଯୋଗ୍ୟ, ଭାସମାନ ସଂରଚନା ବନ୍ଦୋବସ୍ତ କରିବା ସହଜସାଧ୍ୟ । ସାଧାରଣତଃ ପାରମ୍ପରିକ ସଂରଚନା ପାଇଁ ୨ବର୍ଷ ସମୟ ସୀମା ଲଙ୍କଜ୍ଞରଥିବା ବେଳେ ଭାସମାନ ସଂରଚନ ମାତ୍ର ୬ରୁ ୮ମାସ ମଧ୍ୟରେ ନିର୍ମିତ ହୋଇଥାଏ । ଏହା ପରିବେଶ ଅନୁକୂଳ ତଥା ବୃହତ ଜୁଆର ହେଉଥିବା ସ୍ଥାନ ଗୁଡିକ ନିମନ୍ତେ ଏହା ସୁବିଧା ଜନକ । ଏହା ଦ୍ୱାରା ସ୍ଥାନୀୟ ମସôଜିବୀ ମାନଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ ହୋଇଥାଏ । ବର୍ତମାନ ୮୦ରୁ ଅଧିକ ଭାସମାନ ଜେଟି ସାବରମତୀ ନଦୀ ଓ ସରଦାର ସରୋବର ଡ୍ୟାମ ଠାରେ ହୋଇଥିବା ୱାଟର ଏରୋଡ୍ରମ ଢାଚାଂରେ ବିକାଶ ପାଇଁ ସରକାର ଯୋଜନା ରଖିଛନ୍ତି । ଏଥିପାଇଁ ଆଇଆଇଟି ଚେନାଇ କୁ ଦାୟିତ୍ୱ ଦିଆଯାଇଛି । ଯିଏକି ଏହି ଚିଠା ନିାର୍ଦ୍ଧଶାବଳୀ ଗୁଡିକ ଏଚ୍ଟିଟିପି:// ଶିପମିଙ୍ଗ୍ ଡଟ୍ ଗଭ୍ ଡଟ୍ ଇନ୍ ରେ ମିଳିପାରିବ । ଏହାପାଇଁ ଡିସେମ୍ବର ୧୨ତାରିଖ ସୁଦ୍ଧା ନିଜର ମତାମତ ଇମେଲ ସାଗର ଡଟ୍ ମାଳା ଆଟ୍ଦିରେଟ୍ ନିକ୍ ଡଟ୍ ଇନ୍ ଜରିଆରେ ପଠାଇ ପରିବ ବୋଲି ପାରାଦୀପ ବନ୍ଦର ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଆଲୁମିନିୟମ ଶିଳ୍ପକୁ କ୍ଷତିରୁ ରକ୍ଷା ପାଇବା ପାଇଁ ତୁରନ୍ତ କୋଇଲା ଯୋଗାଣ ପାଇଁ ପ୍ରାଥମିକତା ଦିଅନ୍ତୁ

ଭୁବନେଶ୍ୱର,୧୬/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି ମଧ୍ୟ ଜାରି ରହିଥିବା କୋଇଲା ଯୋଗାଣ ସଙ୍କଟକୁ ନେଇ ଆଲୁମିନିୟମ ଶିଳ୍ପକୁ କୌଣସି ଆରାମ ମିଳିନାହିଁ …

Leave a Reply

Your email address will not be published. Required fields are marked *