Thursday , September 28 2023
Home / ବିଶେଷ / ପରୋପକାରୀ ଶୁଭେନ୍ଦୁଙ୍କ ଏକାଦଶାହରେ ଅଶୃଳ ଶ୍ରଦ୍ଧାଞ୍ଜଳି

ପରୋପକାରୀ ଶୁଭେନ୍ଦୁଙ୍କ ଏକାଦଶାହରେ ଅଶୃଳ ଶ୍ରଦ୍ଧାଞ୍ଜଳି

 ନିଶ୍ଚିନ୍ତକୋଇଲି,୦୮/୧୨/୨୦୨୦( ଓଡିଶା ସମାଚାର/ଅଭୟ ଜେନା):ଜନାର୍ଦ୍ଦନପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ପୁରୁଣା ପାରି ଗ୍ରାମର ସହଯୋଗୀ ତଥା ପରୋପକାରୀ ଯୁବକ ଶୁଭେନ୍ଦୁ ସାମଲ (ବୁଟୁ) ଙ୍କ ଅକାଳ ବିୟୋଗ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ସୋମବାର ଅପରାହ୍ନ ରେ ତାଙ୍କର ଏକାଦଶାହ ଅବସରରେ ଆୟୋଜିତ ସ୍ମୃତି ସଭାରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଅନନ୍ତ କର ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ତାଙ୍କର ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ  ଦୀପ ପ୍ରଜ୍ବଳନ ପରେ ତାଙ୍କୁ ଶିକ୍ଷା ଦାନ କରିଥିବା ସ୍କୁଲ ପ୍ରାକ୍ତନ ପ୍ରଧାନଶିକ୍ଷକ ବଂଶିଧର ବେହେରା, ରବିନ୍ଦ୍ରନାଥ ପଣ୍ଡା, ବିଶ୍ବଭୂଷଣ ନାୟକ, ଭାଗବତ ପ୍ରଧାନ, ପ୍ରମୋଦ ନାୟକ,ପ୍ରଦୀପ୍ତ ଷଢଙ୍ଗୀ, ବିଶ୍ଵଜିତ ପରିଡା,ଗଗନ ପାତ୍ର, ସାମ୍ବାଦିକ ଅଭୟ ଜେନା,ରମେଶ ସାହୁ, ପବିତ୍ର ପ୍ରଧାନ, ରଞ୍ଜନ ବେହେରା, ଜ୍ୟୋତି ରଞ୍ଜନ ସ୍ବାଇଁ, ଅମରେନ୍ଦ୍ର ପୁହାଣ, ଅଜୟ ସାହୁ, ବିଭୁତି ଭୁଷଣ ବେହେରା, ମାୟାଧର ପ୍ରଧାନ ପ୍ରମୁଖ ଯୋଗଦାନ କରି ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *