ନିରାକାରପୁର, ୦୮/୧୨/୨୦୨୦(ଓଡ଼ିଶା ସମାଚାର)-ଗତକାଲି ରାତି ୧୧ଟା ସମୟରେ ହାତୀପଲଙ୍କ ନିକଟତର ହୋଇ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି କିଛି ଲୋକ । ସୂଚନାଯୋଗ୍ୟ କି ଦୀର୍ଘ ଦିନ ହେବ ଟାଙ୍ଗୀ ବନାଳ ଅଧୀନସ୍ଥ ଗୟାବନ୍ଧ, ଡ଼ମଣଭୂମି, ଖଜୁରୀପଡ଼ା, ରତାମାଟି, ବଘେଇପୁଟ , ଓଳସିଂହ, ଚିତ୍ରକୂଟ ,କମାଗୁରୁ ଜଙ୍ଗଲରେ ହାତୀପଲ ରହି ରାତିରେ ବାହାରି ଧାନ ଫସଲ ନଷ୍ଟ କରୁଥିବାବେଳେ ରବିବାର ରାତି୧୧ଟାରେ ଗୟାବନ୍ଧ କାଜୁ ଜଙ୍ଗଲରୁ ୨୨ଟି ହାତୀ ବାହାରି ଗୟାବନ୍ଧ ଗ୍ରାମକୁ ଯାଉଥିବାବେଳେ ହାତୀଙ୍କ ରାସ୍ତାକୁ କିଛି ଗାଡ଼ି ପଳାଇ ଆସିଥିଲା । ଉକ୍ତ ସମୟରେ ହାତୀ ପଲ ଦୁଇଭାଗ ହୋଇ ଯାଇଥିବାରୁ ଗାଡ଼ିରେ ଥିବା ଲୋକମାନେ ଅଳ୍ପକେ ରକ୍ଷା ପାଇଯାଇଥିଲେ । ପରେ ସେଠାରେ ବୁଲୁଥିବା କିଛି ବନ କର୍ମଚାରୀଙ୍କ ବୋଲେର ହାତୀ ଦେଖି ସେଠାରୁ ପଳାଇଥିବା ଲୋକମାନେ ଅଭିଯୋଗ କରିଥିଲେ । ଉକ୍ତ କାଜୁ ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ଗୟାବନ୍ଧର କେଦାର ସୁବୁଦ୍ଧିର ମୃତ୍ୟୁ ହେବା ପରେ ଉତ୍ୟକ୍ତ ଲୋକଙ୍କୁ ଶାନ୍ତ କରିବା ପାଇଁ ତାକୁ କ୍ଷତିପୂରଣ ଅର୍ଥ ମିଳିିଥିଲା ଆଉ ଏକ ଟେଣ୍ଡ ପକାଇ ଉକ୍ତ ସ୍ଥାନରେ ବନ କର୍ମଚାରୀମାନେ ରହିବାକୁ ପ୍ରତିଶ୍ରୁତି ମିଳିଥିଲା । ଗଜବନ୍ଧୁ ଯୋଜନାରେ ବି କିଛି ଲାଇଟ ଲାଗିବାର ବ୍ୟବସ୍ଥା କରିବାକୁ ବିଭାଗ ତରଫରୁ କୁହାଯାଇଥିଲା । ବର୍ତମାନ ସାଂସଦଙ୍କ ପାଣ୍ଠିରୁ ଏକ ଲାଇଟ ଲାଗିଥିବାବେଳେ ଅନ୍ୟ କିଛି ଲାଇଟ ଲାଗି ନଥିବା ଅଭିଯୋଗ ହୋଇଛି । ଓଡ଼ିଶା ସମାଚାର