Thursday , December 8 2022
Breaking News
Home / ବିଶେଷ / ୬ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା

୬ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା

ଶରଣକୁଳ, ୦୭/୧୨/୨୦୨୦ (ଓଡ଼ିଶା ସମାଚାର)- ଗତ ନଭେମ୍ବର ୨୪ରେ ଶରଣକୁଳଠାରେ ଘଟିଥିବା ରାସ୍ତା ଦୁର୍ଘଟଣାରେ ପ୍ରାଣହରାଇଥିବା ଛଅଜଣଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ଆରକେଡି ପକ୍ଷରୁ ପ୍ରତି ମୃତକଙ୍କ ପରିବାରକୁ ଦେଢ଼ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶିର ଚେକ୍ ପ୍ରଦାନ କରାଯାଇଛି । ସେହିରି ଶରଣକୁଳ ପଂଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ଏହି ଛଅ ପରିବାରକୁ ଦୁଇହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବିଧାୟକ ସତ୍ୟନାରାୟଣ ପ୍ରଧାନ, ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର, ଶରଣକୁଳ ସରପଂଚ ଯାମିନୀ ସାହୁ, ନାଏବ ସରପଂଚ ପ୍ରକାଶ ଚନ୍ଦ୍ର ମହାପାତ୍ର ଓ ଶରଣକୁଳ ରାଜସ୍ୱ ନିରୀକ୍ଷକଙ୍କ ଉପସ୍ଥିତିରେ ଏହି ଅର୍ଥ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.