Wednesday , June 29 2022
Breaking News
Home / ବିଶେଷ / ମଧୁ ଶାସନ – କୁସୁନପୁର ରାସ୍ତା ନିର୍ମାଣ ପାଇଁ ଗ୍ରାମ ସଭା

ମଧୁ ଶାସନ – କୁସୁନପୁର ରାସ୍ତା ନିର୍ମାଣ ପାଇଁ ଗ୍ରାମ ସଭା

ଗରଦପୁର , ୦୭/୧୨/୨୦୨୦(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ମଧୁଶାସନ ପଂଚାୟତରୁ ବଡ଼ ବେତ୍ରା ପଂଚାୟତକୁ ପ୍ରଧନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯିବ । ମଧୁଶାସନ ଭୟା ମିର୍ଜାପୁର ଦେଇ କୁସୁନପୁର ଛକ ପର୍ଯ୍ୟନ୍ତ ଏହି ୭.୫ କିମି ଗ୍ରାମ୍ୟ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ କରାଯିବ । ଏହି ରାସ୍ତା ନିର୍ମାଣ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏଠାରେ ଏକ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା । ମଧୁ ଶାସନ ଠାରେ ଅନୁଷ୍ଠିତ ଗ୍ରାମ ସଭାରେ ସରପଂଚ ଅରୁଣ କୁମାର ନାୟକ ଗ୍ରାମବାସୀ , ୱାର୍ଡ଼ ସଭ୍ୟ ଙ୍କ ସମେତ ବିଭାଗୀୟ ଏସଡ଼ିଓ ବିଜୟ କୁମାର ସାହୁ ଓ କନିଷ୍ଠ ଯନ୍ତ୍ରୀ ରଂଜନ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଗ୍ରାମ ସଭାରେ ପ୍ରକଳ୍ପ ର ଅନୁମୋଦନ କରାଯାଇଥିଲା । ସେହିପରି ମିର୍ଜାପୁର ଠାରେ ରାସ୍ତା ନିର୍ମାଣ ପାଇଁ ବିଭାଗ ତରଫରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ବଡ଼ବେତ୍ରା ପଂଚାୟତରସରପଂଚ ଦିଲିପ କୁମାର ନାୟକ , ବିଭାଗୀୟ ଅଧିକାରୀ ଙ୍କ ସମେତ ଗ୍ରାମବାସୀ ଯୋଗଦେଇ ପ୍ରକଳ୍ପର ଅନୁମୋଦନ କରିଥିଲେ । ଏହି ରାସ୍ତ୍ା ନିର୍ମାଣ କରିବା ପାଇଁ ୪ କୋଟି ରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ଗୋପବନ୍ଧୁ ନଥିଲେ ପ୍ରାକୃତିକ ବିପର୍ଯ୍ୟୟରରେ ବିପନ୍ନ ଲୋକ ଶେଷ ହୋଇଯାଇଥାନ୍ତେ – ପ୍ରଶାନ୍ତ ମୁଦୁଲି 

ରଘୁନାଥପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ବର୍ତମାନ ବନ୍ୟା, ବାତ୍ୟା, ମରୁଡି ଆଦି ବିପର୍ଯ୍ୟୟରେ ବିପନ୍ନ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ୍ରାଫ୍ …

Leave a Reply

Your email address will not be published. Required fields are marked *