Thursday , October 21 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ‘ଭେଣ୍ଡିଂଜୋନ୍ ନହେବା ଯାଏଁ ଉଚ୍ଛେଦ ବନ୍ଦ୍’

‘ଭେଣ୍ଡିଂଜୋନ୍ ନହେବା ଯାଏଁ ଉଚ୍ଛେଦ ବନ୍ଦ୍’

କୋଣାର୍କ,୦୭/୧୨/୨୦୨୦ (ଓଡ଼ିଶା ସମାଚାର)- ଚନ୍ଦ୍ରଭାଗା ବ୍ୟବସାୟୀ ସଙ୍ଘ କାର୍ଯ୍ୟାଳୟଠାରେ ବ୍ୟବସାୟୀ ଓ ଫଟୋଗ୍ରାଫରମାନଙ୍କ ସ୍ଥାୟୀ ଥଇଥାନ ନ ହେବା ପର୍ଯ୍ୟନ୍ତ ଚନ୍ଦ୍ରଭାଗା ବଜାର ଉଚ୍ଛେଦ ହେବନାହିଁ । ଏଭଳି ଅଭୟବାଣୀ ଶୁଣାଇଛନ୍ତି କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ଏ ନେଇ ଆୟୋଜିତ ଏକ ବୈଠକରେ କୋଣାର୍କ ଏନଏସି ପ୍ରଶାସନ, ଚନ୍ଦ୍ରଭାଗା କମିଟି ସଭାପତି, ସମ୍ପାଦକ ଓ ଚନ୍ଦ୍ରଭାଗା ଫଟୋଗ୍ରାଫର୍ ଆସୋସିଏସନର ସଭାପତି ଓ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ବ୍ୟବସାୟୀଙ୍କ ଦୋକାନ ସମ୍ମୁଖରେ କରାଯାଇଥିବା ବ୍ୟାରିକେଟ୍ କୁ ମନ୍ତ୍ରୀ ଶ୍ରୀ ବେହେରାଙ୍କ ହସ୍ତକ୍ଷେପ ଫଳରେ ପ୍ରଶାସନ ଏହାକୁ ହଟାଇଦେଇଛି । ବ୍ୟବସାୟୀଙ୍କ ସୁବିଧା ପାଇଁ ମନ୍ତ୍ରୀ ଶ୍ରୀ ବେହେରାଙ୍କ ଏଭଳି ସହଯୋଗ ପାଇଁ ଉଭୟ ସଙ୍ଘ ପକ୍ଷରୁ ସାଧୁବାଦ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସମୀର ଟିଭିଏସରେ ନୂଆ ଟିଭିଏସ ରେଡର

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଅଗ୍ରଣୀ ଦୁଇ ଚକିଆ ଗାଡିର ବିକ୍ରେତା “ସମୀର ଟିଭିଏସ” ପକ୍ଷରୁ ଏକ ନୂତନ ମଟରସାଇକେଲ …

Leave a Reply

Your email address will not be published. Required fields are marked *