Tuesday , October 4 2022
Breaking News
Home / ବିଶେଷ / ବାଇପାସ୍ ରାସ୍ତା ପାଇଁ ସର୍ଭେ ଆରମ୍ଭ

ବାଇପାସ୍ ରାସ୍ତା ପାଇଁ ସର୍ଭେ ଆରମ୍ଭ

ଶରଣକୁଳ, ୦୭/୧୨/୨୦୨୦ (ଓଡ଼ିଶା ସମାଚାର)- କିଛିଦିନ ତଳେ ଶରଣକୁଳରେ ମର୍ମନ୍ତୁଦ ରାସ୍ତା ଦୁର୍ଘଟଣା ଘଟିଥିଲା । ଏଥିରେ ଛଅ ଜଣ ପ୍ରାଣ ହରାଇଥିବାବେଳେ ସ୍ଥାନୀୟ ଲୋକେ ରାସ୍ତାରୋକ୍ କରିବା ସହ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ । ଏଥିନେଇ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବା ସହିତ ନୟାଗଡ଼ ଜଲ୍ଲାପାଳ ଡ.ପୋମା ଟୁଡୁ ଓ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିକୁ ହୃଦୟଙ୍ଗମ କରି ରାସ୍ତା କାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଓଡ଼ଗାଁ ତହସିଲଦାର୍ ବିଜୟିତା ସାମନ୍ତସିଂହାର, ଶରଣକୁଳ ରାଜସ୍ୱ ନିରୀକ୍ଷକ, ଜିଲ୍ଲା ପୂର୍ତବିଭାଗ ଏସଡିଓ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କ୍ରିୟାନୁଷ୍ଠାନ କମିଟି ସଭାପତି ସୁବାସ ପଣ୍ଡା, ସଦସ୍ୟ ବିକ୍ରମ ଦାଶ, ମୀନାକ୍ଷୀ ସାହୁ, ରବିନ୍ଦ୍ର ଚୌଧୁରୀ ପ୍ରମୁଖ ଏହି ବାଇପାସ୍ ରାସ୍ତା ପାଇଁ ସର୍ଭେ କାମ ଆରମ୍ଭ ହୋଇଛି । କଙ୍କରାଝରୀ ଠାରୁ ମା’ ଝାଡ଼େଶ୍ୱରୀ ପୀଠ ଦେଇ ଭଣ୍ଡାର ପାହାଡ଼ ତଳେ ହରିହରପୁର ଠାରେ ଥିବା ନୂଆ ଜଗନ୍ନାଥ ସଡ଼କରେ ଏହି ରାସ୍ତା ମିଶିବା ପାଇଁ ଏକ ନକ୍ସା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.