Thursday , October 6 2022
Breaking News
Home / ବିଶେଷ / ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା କାର୍ଯ୍ୟକ୍ରମ

ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା କାର୍ଯ୍ୟକ୍ରମ

କଣାସ, ୦୭/୧୨/୨୦୨୦ (ଓଡ଼ିଶା ସମାଚାର)- ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ୱାରା ଅଧ୍ୟକ୍ଷ ମନୋଜ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ଆନ୍ତର୍ଜାତିକ ପୋଷ୍ୟସନ୍ତାନ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ଅବସରରେ ପୋଷ୍ୟସନ୍ତାନ ପ୍ରଦାନ ସଚେତନତା ରଥର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ୧ମାସ ଧରି ଚାଲିବ । ଏହି ରଥ କଣାସ ବ୍ଲକ୍ ଦୟାବିହାରଠାରେ ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀଳାଚଳ ସେବା ପ୍ରତିଷ୍ଠାନ ସମେତ ବେଣାଗାଁ, ଦୟାବିହାର, ନୂଆଦୋକନ୍ଦା, କଣାସ ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ର, କଣାସ ଥାନା, କଣାସ ତହସିଲ କାର୍ଯ୍ୟାଳୟ ଆଦି ପରିକ୍ରମା କରି ସଚେତନତା କରାଇଥିଲା । କାର୍ଯ୍ୟକ୍ରମକୁ ନୀଳାଚଳ ସେବା ପ୍ରତିଷ୍ଠାନର ସ୍ୱତନ୍ତ୍ର ପୋଷ୍ୟସନ୍ତାନ ପ୍ରଦାନ କେନ୍ଦ୍ରର ପରିଚାଳିକା ପ୍ରିୟଙ୍କା ପଟ୍ଟନାୟକ, କର୍ମଚାରୀ ସୁକାନ୍ତ ସେଠୀ, ଅଭିମନୁ୍ୟ ସନ୍ଦରାୟ, ସଂସ୍ଥାପନା ବିଭାଗର ମୁଖ୍ୟ କୃଷ୍ଣଚନ୍ଦ୍ର ନିଶଙ୍କ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.