ବୋଲଗଡ଼,୦୭/୧୨/୨୦୨୦ (ଓଡ଼ିଶା ସମାଚାର)-ନୟାଗଡ଼ ଯଦୁଙ୍ଗଭରର କୁନି ଝିଅ ‘ପରୀ’ ଆତ୍ମାର ସଦ୍ଗତି ପାଇଁ ସ୍ଥାନୀୟ ଜଗନ୍ନାଥଙ୍କ ମନ୍ଦିରରେ ସମୂହ ଦୀପଦାନ କରାଯାଇଛି । କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଅର୍ନ୍ତଯ୍ୟାମୀ ଜେନା, ସତ୍ୟନାରାୟଣ ଦାସ, ପ୍ରଫୁଲ କୁମାର ସିଂହ, ଯୁବସମାଜସେବୀ ମୁକେଶ ସାମନ୍ତରାୟ, ସିପ୍ରତ କୁମାର ସାହୁ, ଅମ୍ଳାନଜ୍ୟୋତି ସାହୁ, ରାଜେନ୍ଦ୍ର କୁମାର ରାମ, ସୁଧାଂଶୁ ପ୍ରସାଦ ପାଲ, ବିଶ୍ୱଭୂଷଣ ମହାପାତ୍ର, ଦିଲ୍ଲୀପ କୁମାର ଚୌଧୁରୀ ପ୍ରମୁଖ ଦୀପଦାନ କରିଥିଲେ । ପରେ ଘଟଣାର ନିରପେକ୍ଷ ତଦନ୍ତ କରାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସୋସିଆଲ ମିଡିଆ କ୍ୟାମ୍ପେନ ମାଧ୍ୟମରେ ଅବଗତ କରାଇଥିଲେ । ଓଡ଼ିଶା ସମାଚାର