Wednesday , January 26 2022
Breaking News
Home / ବିଶେଷ / ଠିକାଦାରଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ତୁଳସୀକ୍ଷେତ୍ର ପାନୀୟ ଜଳ ଯୋଗାଣ ଓ ପରିମଳ ଠିକାଦାର ସଂଘ ପକ୍ଷରୁ ଏଡିଏମଙ୍କୁ ଦାବିପତ୍ର ପ୍ରଦାନ

ଠିକାଦାରଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ତୁଳସୀକ୍ଷେତ୍ର ପାନୀୟ ଜଳ ଯୋଗାଣ ଓ ପରିମଳ ଠିକାଦାର ସଂଘ ପକ୍ଷରୁ ଏଡିଏମଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା, ୦୭/୧୨/୨୦୨୦(ଓଡ଼ିଶା ସମାଚାର)- ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ଡିଭିଜନରେ ଟେଣ୍ଡର ଫିକ୍ସିଂ ବିରୁଦ୍ଧରେ ସ୍ୱର ଉତୋଳନ କରିବାରୁ ଠିକାଦାର ଶୁଭେନ୍ଦୁ ରାଉତଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ତୁଳସୀକ୍ଷେତ୍ର ପାନୀୟ ଜଳ ଯୋଗାଣ ଓ ପରିମଳ ଠିକାଦାର ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘର ଅଭିଯୋଗ ଅନୁଯାଇ ଗତ ସେପ୍ଟେମ୍ବରମାସ ୪ତାରିଖରେ ଜଳଜୀବନ ମିଶନରେ ୩୨ ପ୍ରକଳ୍ପ ନିମନ୍ତେ ଡକାଯାଇଥିବା ଟେଣ୍ଡରରେ ଫିକ୍ସିଂ ହେଉଥିବା ସମ୍ପର୍କରେ ଜଣାପଡିବାରୁ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ଚଂଚକତା ପୂର୍ବକ ସେହି ଟେଣ୍ଡରକୁ ବାତିଲ କରିଦେଇଥିଲେ । ଅଭିଯୋଗକାରୀ ଠିକାଦାର ଶୁଭେନ୍ଦୁ ରାଉତ ଏସମ୍ପର୍କରେ ମୁହଁ ଖୋଲିବାରୁ କିଛି ନିର୍ଦ୍ଧିଷ୍ଟବ୍ୟକ୍ତିଙ୍କ ପରାମର୍ଶରେ ଠିକାଦାର ଶ୍ରୀ ରାଉତଙ୍କ ଉପରେ ଗତ ନଭେମ୍ବରମାସ ୨୬ତାରିଖରେ ଦୋବନ୍ଧା ଛକ ନିକଟରେ ମରଣାନ୍ତଙ୍କ ଆକ୍ରମଣ କରାଯାଇଥିଲା । ଶ୍ରୀ ରାଉତଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଗୁତର ଅବସ୍ଥାରେ କଟକର ଏକ ବେସରକାରୀ ହସପିଟାଲରେ ଭର୍ତି କରାଯାଇ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଏ ସମ୍ପର୍କରେ ତାଙ୍କର ଧର୍ମପତ୍ନୀ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଅଦ୍ୟାବଧି ସେହି ଘଟଣାର ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିନାହିଁ । ତେଣୁ ଠିକାଦାର ଶ୍ରୀ ରାଉତଙ୍କୁ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ଟେଣ୍ଡର ଫିକ୍ସିଂ ମାମଲାରେ ସଂପୃକ୍ତ ଥିବା ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସଂଘ ନିବେଦନ କରିଛି । ନଚେତ ସମସ୍ତ ଠିକାଦାର କାର୍ଯ୍ୟ ବନ୍ଦ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ସଂଘ ପକ୍ଷରୁ ଦୁତିଲାଲ ଅଗ୍ରୱାଲ, ମୀଲନ କୁମାର ଓଝା, ମନୋଜ କୁମାର ବିଶ୍ୱାଳ, ଶତୃଘନ ଜେନା, ଗୋଲଖ ଚନ୍ଦ୍ର ରାଉତ, ଅକ୍ଷୟ କୁମାର ସାହୁ, ଶୁଭ୍ରଜିତ ମଲ୍ଲିକ, ନରେନ୍ଦ୍ର କୁମାର ଜେନା, ରମେଶ ଚନ୍ଦ୍ର ବେହେରା, ନଗେନ୍ଦ୍ର କୁମାର ନାୟକ, ସ୍ମୃତିରଞ୍ଜନ ସାହୁ, ମନୋରଞ୍ଜନ ପରିଡା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *