Friday , September 29 2023
Breaking News
Home / କୃଷି / ଚାଷୀ ବିରୋଧୀ ଆଇନ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ଚାଷୀ ବିରୋଧୀ ଆଇନ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ବାରଙ୍ଗ,୦୭/୧୨/୨୦୨୦(ଓଡ଼ିଶା ସମାଚାର)-ବାରଙ୍ଗ ଆଂଚଳିକ କମିଟି ଏସୟୁସିଆଇ(ସି) ସମ୍ପାଦକ ସିଦ୍ଧାର୍ଥ ରଥଙ୍କ ନେତୃତ୍ୱରେ ଭାରତୀୟ ଅଲଇଣ୍ଡିଆ କିଶାନ କ୍ଷେତ ମଜଦୁର ସଂଗଠନ (ଏଆଇକେକେଏମଏସ୍)ପକ୍ଷରୁ ସ୍ଥାନୀୟ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ଚାଷୀମାରଣ ନୀତିକୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ସଙ୍ଗଠନର କର୍ମକର୍ତା କହିଛନ୍ତି । ଦେଶର ୨୫୦ ରୁ ଊଦ୍ଧ୍ୱର୍ ଚାଷୀ ସଂଗଠନକୁ ନେଇ ଗଠିତ ଅଲ୍ ଇଣ୍ଡିଆ କିଶାନ ସଂଘର୍ଷ ସମନ୍ୱୟ କମିଟି ପକ୍ଷରୁ ଦିଲ୍ଲୀ ଚଲୋ ଆହ୍ୱାନ ଦିଆଯାଇଥିଲା । ଦେଶର ହଜାର ହଜାର ଚାଷୀ ଶାନ୍ତିପୂର୍ଣ୍ଣ ଭାବେ ଦିଲ୍ଲୀକୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ଦିଲ୍ଳୀ ସୀମାରେ ଅଟକାଇବା ସହ ସେମାନଙ୍କୁ ଲାଠି ଚାର୍ଜ କରାଯାଇଛି । ତା’ ସତ୍ୱେ କୃଷକମାନେ ଦିଲ୍ଲୀ ସୀମାରେ ପ୍ରତିବାଦ କରିଚାଲିଛନ୍ତି । ଏହି ପ୍ରତିବାଦକୁ ବିଭିନ୍ନସ୍ତରରୁ ସମର୍ଥନ ମିଳୁଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି । ବ୍ଲକ୍ ଅଫିସ ସମ୍ମୁଖରେ ସଂହତି ଦିବସ ପାଳନ କରିଥିଲା ସଙ୍ଗଠନ । କେନ୍ଦ୍ର ସରକାର ତୁରନ୍ତ ସମସ୍ତ ଚାଷୀ ବିରେଧୀ କଳା ଆଇନ ପ୍ରତ୍ୟାହାର ଦାବିରେ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଛି । ସଂହତି ଦିବସସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଙ୍ଗଠନର ଜିଲ୍ଲା ଇନ୍ଚାର୍ଜ ବସନ୍ତ ନାୟକ, ନାରୀ ନେତ୍ରୀ ଟିକା ସାମଲ, ଏଆଇକେକେଏମଏସ୍ ର ବାରଙ୍ଗ ସଙ୍ଗଠକ ଅଶୋକ ବେହେରା, କେଳୁ ଦାସ, ବସନ୍ତ ବିଶୋଇ, ଅଭିରାମ ବେହେରା, ରୀନା ବିଶୋଇ, ସୁଶାନ୍ତ ବିଶୋଇ, ଛାତ୍ର ନେତା ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବକ୍ତାମାନେ କହିଥିଲେ ଯେ କଳା ଆଇନ ଆସିବା ଫଳରେ କୃଷକମାନେ ସେମାନଙ୍କର ସାମ୍ବିଧାନିକ ଓ ମୌଳିକ ଅଧିକାର ହରାଇବେ ଓ ଯାହାଦ୍ୱାରା ପୁଞ୍ଜିପତି, ବ୍ୟବସାୟୀ ଏବଂ କର୍ପୋରେଟ ସଂସ୍ଥା ମାନେ ଲାଭବାନ ହେବେ । ଏଥିସହ ଆକାଶଛୁଆଁ ଦରବୃଦ୍ଧି ଖାଉଟିମାନଙ୍କୁ ଅତିଷ୍ଠ କରିବ । ତେଣୁ ଚାଷୀଙ୍କ ସ୍ୱାର୍ଥ ବିରୋଧୀ ଏହି ୩ଟି କଳା ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବକ୍ତାମାନେ ଦାବି କରିଥିଲେ । ଚାଷୀମାନଙ୍କ ଆନ୍ଦୋଳନକୁ ସର୍ବସ୍ତରର ଜନଗଣ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ସହ ବିଭିନ୍ନ ସ୍ଥାନରେ କୃଷକ ବିରୋଧୀ କଳା ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ସଂଗଠିତ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *