କଂଟାପଡ଼ା,୦୭/୧୨/୨୦୨୦(ଓଡ଼ିଶା ସମାଚାର)- ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ‘ଏସଭି ନିରତାର’ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠାନର ନିର୍ଦ୍ଧେଶକ ଡାକ୍ତର ଶକ୍ତିପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଉପନିର୍ଦ୍ଧେଶକ ଡାକ୍ତର କିଶୋରଚନ୍ଦ୍ର ମହାପାତ୍ର, ପ୍ରଶାସନିକ ଉପନିର୍ଦ୍ଧେଶକ ରଶ୍ମିରଞ୍ଜନ ସେଠୀ, ମୁଖ୍ୟଅତିଥି ଇଣ୍ଡିଆନ ବ୍ୟାଙ୍କର ବି. ସୁରୀବାବୁ, ମନୋରଞ୍ଜନ ଦାସ, ସନ୍ଦୀପ ଘୋଷାଲ, ଲକ୍ଷ୍ମୀଧର ନାୟକ, ପିକେ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଭିନ୍ନକ୍ଷମଙ୍କ ସ୍ଥିତି ଓ ଅବଦାନ ସମ୍ପର୍କରେ ସଭାରେ ଆଲୋଚନା ହୋଇଥିଲା । କୋଭିଡ୍ କଟକଣା ଯୋଗୁଁ କାର୍ଯ୍ୟକ୍ରମକୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା ।
ଏହି ଅବସରରେ ଦିବ୍ୟାଙ୍ଗ ଓ ରୋଗୀଙ୍କୁ ଫଳ ଓ କମ୍ବଳ ବିତରଣ ହୋଇଥିଲା । ଇଂ. ସତ୍ୟଜିତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରିୟଦର୍ଶିନୀ ମୋନାଲିସା, ଡାକ୍ତର ନରେନ୍ଦ୍ର ବେହେରା, ରଶ୍ମିରଞ୍ଜନ ସ୍ୱାଇଁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର