ଭୁବନେଶ୍ୱର, ୦୬/୧୨/୨୦୨୦ (ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ୫୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୧୫, ୮୪୦କୁ ବୃଦ୍ଧି ପାଇଛି।
ଅନୁଗୁଳରୁ ସର୍ବାଧିକ ୭୮ ଜଣ ସୁସ୍ଥ ହୋଇଛନ୍ତି। କଟକରୁ ୫୪, ମୟୂରଭଞ୍ଜରୁ ୫୧, ସୁନ୍ଦରଗଡରୁ ୪୩, ବଲାଙ୍ଗୀରରୁ ୪୧, ଖୋର୍ଦ୍ଧାରୁ ୪୦, ପୁରୀରୁ ୩୭, ବାଲେଶ୍ଵରରୁ ୩୪, କଳାହାଣ୍ଡିରୁ ୨୪, ଜଗତସିଂହପୁରରୁ ୨୦, ଯାଜପୁରରୁ ୧୮, ନୂଆପଡାରୁ ୧୭, ବରଗଡରୁ ୧୪, କେନ୍ଦୁଝରରୁ ୧୪, କେନ୍ଦ୍ରାପଡାରୁ ୧୩, ସମ୍ବଲପୁରରୁ ୧୩, ଭଦ୍ରକରୁ ୧୨, ଢେଙ୍କାନାଳରୁ ୮, ଝାରସୁଗୁଡାରୁ ୭, ନବରଙ୍ଗପୁରରୁ ୬, ରାୟଗଡାରୁ ୩, ସୋନପୁରରୁ ୩, ଦେବଗଡରୁ ୨, ଗଞ୍ଜାମରୁ ୨, କନ୍ଧମାଳରୁ ୨, କୋରାପୁଟରୁ ୨, ନୟାଗଡରୁ ୨, ବୌଦ୍ଧରୁ ୧ ଓ ମାଲକାନଗିରିରୁ ୧ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ରାଜ୍ୟବାସୀଙ୍କ ପାଇଁ ଆଶ୍ଵସ୍ତିକର ଖବର ଯେ ରାଜ୍ୟରେ ଆଉ କରୋନାର ଦ୍ଵିତୀୟ ଲହର ସଂକ୍ରମଣର ସମ୍ଭାବନା ଖୁବ୍ କମ୍ ବା ନାହିଁ। କାରଣ ରାଜ୍ୟରେ କରୋନାର ପ୍ରକୋପ କମିବାରେ ଲାଗିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଆରୋଗ୍ୟଲାଭ କରୁଛନ୍ତି। ଦୈନିକ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗିଛି। ସଂଙ୍କ୍ରମଣ କମିବାରେ ଲାଗିଥିବାବେଳେ ମୃତ୍ୟୁ ସଂଖ୍ୟା କମିଛି । ସେହିଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମି ଆୟତରେ ରହିଲାଣି । ଓଡ଼ିଶା ସମାଚାର