Friday , September 29 2023
Breaking News
Home / ସ୍ୱାସ୍ଥ୍ୟ / ସର୍ଵ ପୂରାତନ ରାଇସୁଙ୍ଗୁଡ଼ା   ଡାକ୍ତରଖାନା ରେ ରୋଗୀ ସେଵା ବିପର୍ଯ୍ୟସ୍ତ 

ସର୍ଵ ପୂରାତନ ରାଇସୁଙ୍ଗୁଡ଼ା   ଡାକ୍ତରଖାନା ରେ ରୋଗୀ ସେଵା ବିପର୍ଯ୍ୟସ୍ତ 

 ସାଲେପୁର,୦୬/୧୨/୨୦୨୦ (ଓଡିଶା ସମାଚାର/ଅଭୟ ଜେନା) ସାଲେପୁର ବ୍ଳକ ରାଇସୁଙ୍ଗୁଡା ଠାରେ ବହୁ  ବର୍ଷର ଡାକ୍ତରଖାନା ଏବେ ରୋଗୀ ସେବାରେ ଅସମର୍ଥ। ଏହି ଡାକ୍ତରଖାନା ଏକଶତ ବର୍ଷ ପୂର୍ବେ ସ୍ଥାପିତ ହୋଇଥିଲା ଏହି ଡାକ୍ତରଖାନା ଉପରେ ସାତରୁ ଦଶ ଟି ପଞ୍ଚାୟତ ର ଲୋକ ମାନେ ନିର୍ଭର କରୁଥିବା ବେଳେ କରୋନା ମହାମାରୀ ସମୟରେ ଡ଼ାକ୍ତରଖାନାରେ ଡାକ୍ତର ରହୁନାହାନ୍ତି ଷ୍ଟାଫ୍ ନର୍ସଙ୍କ ଦ୍ଵାରା ସ୍ଵାସ୍ଥ୍ୟ ସେବା ଚାଲିଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଡାକ୍ତରଖାନାରେ ବିଭିନ୍ନ ରୋଗର ଔଷଧ ନଥିବା  ସ୍ଥାନୀୟ ଲୋକମାନେ  ଅଭିଯୋଗ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଆୟୁଷମାନ ଯୋଜନା କୁ ଓଡ଼ିଶା ସରକାର ଲାଗୁ କରୁନଥିବାରୁ ବହୁତ ଗରିବ ରୋଗୀ ମୃତ୍ୟୁ ବରଣ କରୁଥିବା ଜନସାଧାରଣ ପ୍ରକାଶ କରିବା ସହିତ  ଗଣମାଧ୍ୟମ ଦ୍ବାରା ସରକାରଙ୍କ ପାଖରେ ଦାବି କରୁଛନ୍ତି। ଯଥାଶିଘ୍ର ସ୍ଵାସ୍ଥ୍ୟ ସେବା ନସୁଧୂରିଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *