Tuesday , December 7 2021
Breaking News
Home / ବିଶେଷ / ସଫେଇ କର୍ମଚାରୀ ସଙ୍ଘ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ସଫେଇ କର୍ମଚାରୀ ସଙ୍ଘ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡା, ୦୬/୧୨/୨୦୨୦ (ଓଡ଼ିଶା ସମାଚାର)- ଡଃ.ବି.ଆର. ଆମ୍ବେଦକର ସଫେଇ କର୍ମଚାରୀ ସଙ୍ଘ ଆନୁକୁଲ୍ୟରେ ପୈାରସଂସ୍ଥା ଟାଉନହଲ ପରିସରରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ.ଭୀମରାଓ ଆମ୍ବେଦକରଙ୍କ ୬୪ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସଙ୍ଘର ସଭାପତି ନଗେନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇ ସମସ୍ତ ଦଳିତ ପଛୁଆ ବର୍ଗର ଲୋକମାନେ ସଂଗଠିତ ହୋଇ ବାବା ସାହେବଙ୍କ ସ୍ୱପ୍ନକୁ ସଫଳ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଉତ୍ସବରେ ଅନ୍ୟତମ ଅତିଥି ଭାବେ ସହକାରୀ ଜିଲ୍ଲାପାଳ(ପ୍ରଶିକ୍ଷାର୍ଥୀ) ଅକ୍ଷୟ ସୁନିଲ ଅଗ୍ରୱାଲ, ଟାଉନ ଥାନା ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ସଦର ଥାନା ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ଡଃ. ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନ ହିଁ ଦେଶର ସବୁ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିଆସିଛି ବୋଲି ମତବ୍ୟକ୍ତ କରିଥିଲେ । ସଙ୍ଘର ସମ୍ପାଦକ ରଜ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁନା ନାୟକ ସ୍ୱାଗତ ଭାଷଣ ଓ ସତୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବି ଅବିନାଶ ପଣ୍ଡା, ନାରାୟଣ ଗୋଛାୟତ, ଅମରବର ବିଶ୍ୱାଳ, ପ୍ରକାଶ ବେହେରା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଏମ୍ ରାମପୁର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଳାହାଣ୍ଡି ,୬/୧୨/୨୧(ଓଡିଶା ସମାଚର /ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା ରେ ଦିର୍ଘ ୪୦ବର୍ଷ ହେଲା ଏମ୍ ରାମପୁର ବ୍ଲକ କୁ ରାଜସ୍ୱ …

Leave a Reply

Your email address will not be published. Required fields are marked *