ଭୁବନ ୦୬/୧୨/୨୦୨୦ (ଓଡ଼ିଶା ସମାଚାର/ସୁଶାନ୍ତ କୁମାର ପୋଥାଳ)- ମୃର୍ତିକା ସଂରକ୍ଷଣ ଦିବସ ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନଶାଖା ତରଫରୁ ୨ ଜଣ ସଫଳ ଚାଷୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନ କୃଷକ ସମାଜ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ଉପସ୍ଥିତିରେ ଷ୍ଟେଟବ୍ୟାଙ୍କ କ୍ଷେତ୍ରପାଳ ଗୌରୀଶଙ୍କର ନାୟକ ଭୁବନ ଏନଏସି ଅନ୍ତର୍ଗତ ୮ ନମ୍ବର ୱାର୍ଡର ଧନେଶ୍ୱର ପୋଥାଳ ଓ ୧୧ ନମ୍ବର ୱାର୍ଡର ରବି ନାରାୟଣ ସାହୁ ଦୁଇଜଣ ସଫଳ ଚାଷୀଙ୍କୁ ପୁଷ୍ପଗୁଚ୍ଛ,ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର