ଭୁବନ ୦୬/୧୨/୨୦୨୦ (ଓଡ଼ିଶା ସମାଚାର/ ସୁଶାନ୍ତ କୁମାର ପୋଥାଳ)- ଭାରତୀୟ ଜନତା ପାର୍ଟି ମୃଦଙ୍ଗା ମଣ୍ଡଳ ତରଫରୁ ଆସନ୍ତା ୧୪ ଓ ୧୫ ତାରିଖରେ ମୃଦଙ୍ଗା ପଂଚାୟତ ଅଁଳାଝାରୀ ଖେଳପଡିଆ ଠାରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଜିଲ୍ଲା ତଥା ରାଜ୍ୟସ୍ତରୀୟ ନେତୃବୃନ୍ଦ ଯୋଗଦେଇ ପ୍ରଶିକ୍ଷଣ ଦେବେ । ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ମଣ୍ଡଳର ସମସ୍ତ କାର୍ଯ୍ୟକର୍ତା ଏହି ବୈଠକରେ ଯୋଗଦେଇ ପ୍ରଶିକ୍ଷଣ ନେବାକୁ ମଣ୍ଡଳ ସଭାପତି ଚୈତନ୍ୟ ବେହେରା ଜଣାଇଛନ୍ତି । ଓଡ଼ିଶା ସମାଚାର