Sunday , October 17 2021
Breaking News
Home / ବିଶେଷ / କ୍ଷୁଦ୍ରଗଳ୍ପ “ସୁବର୍ଣ୍ଣ ଯୁଗର ଗଳ୍ପ” ପୁସ୍ତକ ଉନ୍ମୋଚିତ

କ୍ଷୁଦ୍ରଗଳ୍ପ “ସୁବର୍ଣ୍ଣ ଯୁଗର ଗଳ୍ପ” ପୁସ୍ତକ ଉନ୍ମୋଚିତ

କେନ୍ଦ୍ରାପଡା,୦୬/୧୨/୨୦୨୦ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ରିଡିଂରୁମ ପରିସରରେ ସତୀର୍ଥ ପ୍ରକାଶନ ପକ୍ଷରୁ ପ୍ରକାଶିତ କ୍ଷୁଦ୍ରଗଳ୍ପ “ସୁବର୍ଣ୍ଣ ଯୁଗର ଗଳ୍ପ” ନାମକ ପୁସ୍ତକ ରବିବାର ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି । ରାଜ୍ୟ ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଡଃ.ବାସୁଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ନିଳମଣୀ ଲେଙ୍କା,ଅନ୍ତରାଷ୍ଟ୍ରୀୟ ଖ୍ୟାତିସମ୍ପନ୍ନ ନାରୀକବି ଡଃ.କଳ୍ପନା ମଲ୍ଲିକ,ପ୍ରାବନ୍ଧିକ ଡଃ.ସର୍ବେଶ୍ୱର ସେଣ,କବି ହେମନ୍ତ ରାଉତ ଓ “ସୁବର୍ଣ୍ଣ ଯୁଗର ଗଳ୍ପ”ର ସ୍ରଷ୍ଟା ଡା. ରତ୍ନାକର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ନବସୃଜନ କ୍ଷୁଦ୍ରଗଳ୍ପ ପୁସ୍ତିକାଟି ଦେଶବିଦେଶରେ ମହନୀୟ ଚରିତ୍ର ମାନଙ୍କର ଆଲେଖ୍ୟ ଭାବେ ସାଧାରଣରେ ବେଶ ଆଦୃତ ଲାଭ କରିବ ବୋଲି ମତବ୍ୟକ୍ତ କରିଥିଲେ । ଉସôବର ପ୍ରାରମ୍ଭରେ ସତୀର୍ଥ ସାହିତ୍ୟ ଅନୁଷ୍ଠାନର ସଭାପତି କବି ମନ୍ମଥନାଥ ବରାଳଙ୍କ ଆବାହକତ୍ୱରେ ଅତିଥିମାନେ ଶ୍ରୀବଳଦେବଜୀଉଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । କବି ଶୈଳଜାଶଙ୍କର ସାମଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କବି ଅପର୍ତୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଯୁବକବି ମୃତୁ୍ୟଞ୍ଜୟ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ କବି ରାମକୃଷ୍ଣ ଦାଶ, ଅଶୋକ କୁମାର ସାହୁ, ସଞ୍ଜୟ ମଥାନ, ଯାମିନୀ ଦାସ, ତୃପ୍ତିମୟୀ ଜେନା, ବର୍ଷାରାଣୀ ବରାଳ, ଆଇନଜୀବି ଅବିନାଶ ପଣ୍ଡା,ଆଶିଷ ସେନାପତି, ରଞ୍ଜନ କୁମାର ବାଇ ପ୍ରମୁଖ ୫୦ରୁ ଉଦ୍ଧ୍ୱର୍ କବି ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *