Tuesday , December 7 2021
Breaking News
Home / ବିଶେଷ / ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) ପକ୍ଷରୁ ସୂଚନା ଅଧିକାର ଓ ଲୋକାୟୁକ୍ତ ଆଇନ ସମ୍ପର୍କରେ ପ୍ରଶିକ୍ଷଣ ଶିବିର

ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) ପକ୍ଷରୁ ସୂଚନା ଅଧିକାର ଓ ଲୋକାୟୁକ୍ତ ଆଇନ ସମ୍ପର୍କରେ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା, ୦୬/୧୨/୨୦୨୦ (ଓଡ଼ିଶା ସମାଚାର)- ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଶାଖା ପକ୍ଷରୁ ସ୍ଥାନୀୟ ମୀରପାଟଣାସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ସୂଚନା ଅଧିକାର ଓ ଲୋକାୟୁକ୍ତ ଆଇନ ସମ୍ପର୍କରେ ଏକ ପ୍ରଶିକ୍ଷଣ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ କୁମାର ପ୍ରଧାନ, ଆଇନଜୀବି ଚିତ ବେହେରା, ଆଇନଜୀବି ସମ୍ବୁନାଥ ଶର୍ମା ପ୍ରମୁଖ ଯୋଗଦେଇ ସୂଚନା ଅଧିକାର ଆଇନ ଓ ଲୋକାୟୁକ୍ତ ଆଇନ ସମ୍ପର୍କରେ ଉପସ୍ଥିତ ସୂଚନା ଅଧିକାର କର୍ମୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ର ଧଳ, ପ୍ରତାପ ଚନ୍ଦ୍ର ମହାନ୍ତି, ମନୋରଞ୍ଜନ ଜେନା, ଆଳୟ ସାମନ୍ତରାୟ, ପ୍ରତାପରଞ୍ଜନ ତ୍ରିପାଠୀ, ହୃଷିକେଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) ପକ୍ଷରୁ କେନ୍ଦ୍ରାପଡା ଟାଉନ ଥାନାରେ ସୂଚନା ଅଧିକାର ଅଭିଯାନର କର୍ମୀ ସ୍ୱର୍ଗତ ରଞ୍ଜନ ଦାସଙ୍କ ହତ୍ୟା କାଣ୍ଡକୁ ଦୂର୍ଘଟଣା ଜନିତ ମୃତୁ୍ୟରେ ପରିଣତ କରିବା ପାଇଁ ଦାୟୀ ଆରକ୍ଷୀ ଅଧିକ୍ଷକ ଓ ମହାକାଳପଡା ବିଧାୟକ ଅତନୁ ସାବ୍ୟସଚି ନାୟକଙ୍କ ବିରୁଦ୍ଧରେ ଏଫ.ଆଇ.ଆର. ଦିଆଯାଇଥିଲା । ପରେ ତିନିମୁହାଣି ଛକରେ ମହାକାଳପଡା ବିଧାୟକ ଶ୍ରୀ ନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *