Monday , October 18 2021
Breaking News
Home / ବିଶେଷ / ଏମିତିବି ମୃତ୍ୟୁ ଆସେ

ଏମିତିବି ମୃତ୍ୟୁ ଆସେ

ଗରଦପୁର, ୦୬/୧୨/୨୦୨୦ (ଓଡ଼ିଶା ସମାଚାର)-  ଗୀତା  ଭାଗବତ ଓ କୀର୍ତନ ଆସରରେ ଯୋଗଦେଇ ଘରେ ରାତି୍ର ଭୋଜନ ଖାଉଥିବାବେଳେ ତଂଟିରେ ଖାଦ୍ୟ ଲାଗିଯିବାରୁ ସେଥିରେ ଅଣନିଶ୍ୱାସୀ ହୋଇ ବେଡ଼ାରୀ ଗ୍ରାମର ଗନ୍ଧର୍ବ ମହାରଣାଙ୍କ ଗତକାଲି ରାତିରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ଚଳଚଂଚଳ ଥିଲେ । ନିଜ କାମ ନିଯେ କରିବା ସହିତ ବିଲ ବାଡ଼ି କାର୍ଯ୍ୟ ବୁଝୁଥିଲେ । ଆର୍ଥିକ ଦୃଷ୍ଟିରୁ ଗରୀବ ଥିଲେ ବି ନିଜର ସଚୋଟତା ଓ ଧାର୍ମିକ ଚିନ୍ତାଧାରା ଯୋଗୁ ସେ ଗ୍ରାମରେ ସମସ୍ତଙ୍କର c କରାଯାଇଥିଲା । ମା ବଜ୍ର ମାହାକାଳୀ ଠାକୁରାଣୀଙ୍କୁ ଦର୍ଶନ କରି ସେ ଘରକୁ ଫେରିଥିଲେ । ପ୍ରତ୍ୟେକ ଦିନ ସେଠାରେ ଭଜନ କୀର୍ତନ ଓ ଗୀତା ଭାଗବତ କରିଥିଲେ । ରାତି ୯ ଟା ବେଳେ ଘରକୁ ଫେରି ରାତି୍ର ଭୋଜନ ଖାଉଥିବାବେଳେ ଖାଦ୍ୟ ତଂଟିରେ ଲାଗିଯାଇଥିଲା । ଭାତ ଥାଳିରେ ସେ ହଠାତ ଟଳି ପଡ଼ିଥିଲେ ।  ତାଙ୍କ ଦେହାନ୍ତ ଖବର ଶୁଣି ଗ୍ରାମରେ ଶୋକ ପ୍ରକାଶ ପାଇଥିଲା । ସେ ଜଣେ ଧାର୍ମିକ ପରୋପକାରୀ ମଣିଷ ଥିବାରୁ ତାଙ୍କର ଏପରି ସୁଖ ଓ କଷ୍ଟ ବିହିନ ମରଣ ହେଲା ବୋଲି ସମସ୍ତଙ୍କ ମୁହଁରୁ ଶୁଣାଯାଇଥିଲା । ଗ୍ରାମ ସ୍ମଶାନରେ ତାଙ୍କର ଶବ ସତ୍କାର କରାଯାଇଥିଲା ।  ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *