Thursday , October 6 2022
Breaking News
Home / ବିଶେଷ / ଏବିଭିପି ତରଫରୁ ଡଃ ଆମ୍ବେଦକର ଙ୍କ ମହାପ୍ରୟାଣ ଦିବସ ପାଳିତ

ଏବିଭିପି ତରଫରୁ ଡଃ ଆମ୍ବେଦକର ଙ୍କ ମହାପ୍ରୟାଣ ଦିବସ ପାଳିତ

ଭୁବନ ୦୬/୧୨/୨୦୨୦ (ଓଡ଼ିଶା ସମାଚାର)- ଅଖଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭୁବନ ଶାଖା ତରଫରୁ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକର ଙ୍କ ୬୪ ତମ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ନଗର ସହ ସମ୍ପାଦକ ଜଗବନ୍ଧୁ ସାହୁ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ୩ ନମ୍ବର ୱାର୍ଡ ସ୍ଥିତ ବନ୍ଦାଳ ଦଳିତବସ୍ତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭେଦଭାବ ଶୂନ୍ୟ ସମାଜ ଗଠନ କରିବା ସକାଶେ ତାଙ୍କର ଉଦ୍ୟମକୁ ସାକାର କରିବାକୁ ହେଲେ ସମସ୍ତଙ୍କର ସହଭାଗିତା ରହିବା ଦରକାର । ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ସମସ୍ତଙ୍କ ମଧ୍ୟରେ ରଷ୍ଟ୍ରୀୟତା ଭାବନା ଜାଗ୍ରତ କରି ତାଙ୍କ ଉଦ୍ୟମକୁ ଆମ୍ଭେ ପୂରଣ କଲେ ଏହା ଡଃ ଆମ୍ବେଦକରଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳିି ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଚନ୍ଦନ ସାହୁ,ବୃନ୍ଦାବନ ଗୁରୁଜୀ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.