Wednesday , October 27 2021
Breaking News
Home / ବିଶେଷ / ଆଦର୍ଶ ଶିକ୍ଷକଙ୍କ ପରଲୋକ ପରେ ନିଆରା ପରମ୍ପରା ସୃଷ୍ଟି କଲେ ପୁରାତନ ଛାତ୍ର 

ଆଦର୍ଶ ଶିକ୍ଷକଙ୍କ ପରଲୋକ ପରେ ନିଆରା ପରମ୍ପରା ସୃଷ୍ଟି କଲେ ପୁରାତନ ଛାତ୍ର 

ଗରଦପୁର, ୦୬/୧୨/୨୦୨୦ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ସାନଅଢଙ୍ଗା ଗ୍ରାମ ପଂଚାୟତରେ ଥିବା କୋରୁଆ ସରକାରୀ ହାଇସ୍କୁଲର ଆଦର୍ଶ ଶିକ୍ଷକ ସ୍ୱର୍ଗତ୍ ଆଦିକନ୍ଦ ରଥଙ୍କ ବ୍ରାହ୍ମଣ ଭୋଜନରେ ୧୯୮୩ ମାଟ୍ରିକ୍ ବ୍ୟାଚ୍ ର ଛାତ୍ରମାନେ ଉପସ୍ଥିତ ହୋଇ ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି । ସ୍ୱର୍ଗତ ରଥ ଜଣେ ଆଦର୍ଶ, ମିଷ୍ଟଭାଷୀ, ଛାତ୍ରବତ୍ସଳ ଶିକ୍ଷକ ଭାବେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ । ସାଧାରଣତଃ ଓଡିଆ ନୀତି ନିୟମ ଅନୁଯାୟୀ ବ୍ରାହ୍ମଣ ଭୋଜନ ସମୟରେ ପୁତ୍ର, ଜ୍ଞାତିକୁଟୁମ୍ବ, ଝିଅ ଜ୍ୱାଇଁମାନେ ସ୍ୱର୍ଗତ୍ ଆତ୍ମାର ସଦଗତି ପାଇଁ ବ୍ରାହ୍ମଣମାନଙ୍କୁ ଡାକି ସସମ୍ମାନେ ଭୁରି ଭୋଜନ ସହିତ ବିଭିନ୍ନ ପ୍ରକାର ଉପହାର ଦେଇ ସନ୍ତୁଷ୍ଟ କରି ଆଶୀର୍ବାଦ ନେଇଥାନ୍ତି । କିନ୍ତୁ କୋରୁଆ ସରକାରୀ ହାଇସ୍କୁଲର ୧୯୮୩ ମାଟ୍ରିକ୍ ବ୍ୟାଚ୍ ର ପୁରାତନ ଛାତ୍ରମାନେ ଗୁରୁଜୀଙ୍କ ବାଲିସାହି ସ୍ଥିତ ବାସଭବନରେ ପହଂଚି ପରିବାର ଲୋକଙ୍କ ସହିତ ସାମିଲ ହୋଇ ଗୁରୁଜୀଙ୍କ ଉକ୍ତ କର୍ମରେ ବ୍ରାହ୍ମଣ ଭୋଜନରେ ଉପସ୍ଥିତ ଥିବା ସମସ୍ତ ବ୍ରାହ୍ମଣଙ୍କୁ ଗାମୁଛା, ଗୀତା ବହି ଏବଂ ପଇତା ପ୍ରଦାନ କରି ବ୍ରାହ୍ମଣମାନଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ । ଛାତ୍ରମାନଙ୍କ ଦ୍ୱାରା ଏହା ଏକ ନିଆରା ଢଙ୍ଗରେ ଆୟୋଜନ କରାଯାଇଥିବାରୁ ବହୁ ବୁଦ୍ଧିଜୀବି ଏହି ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୯୮୩ ମାଟ୍ରିକ୍ ବ୍ୟାଚ୍  ର ଛାତ୍ରମାନଙ୍କ ତରଫରୁ ଛାତ୍ର ଧିରେନ୍ଦ୍ର ମିଶ୍ର, କାଳନ୍ଦୀ ସାହୁ, ତପନ କୁମାର ନାୟକ, ସୁରେନ୍ଦ୍ର ପୃଷ୍ଟି, ଦେବେନ୍ଦ୍ର ନାଥ ନାୟକ, ପ୍ରକାଶ ଚନ୍ଦ୍ର ସୂତାର, ଦିବାକର ସାହୁ, ବ୍ରହ୍ମାନନ୍ଦ ନାୟକ, ଭାଗବତ ବେହେରା, ଅଜୟ ପଣ୍ଡା, ଧରଣୀଧର ଦାସ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *