Friday , September 22 2023
Breaking News
Home / ବିଶେଷ / ସିଏସଆଇଆର-ଆଇଏମଏମଟିର ‘ଷଷ୍ଠ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

ସିଏସଆଇଆର-ଆଇଏମଏମଟିର ‘ଷଷ୍ଠ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

ଦେଶର ବିକାଶ ଏବଂ ଲୋକଙ୍କ ଜୀବନରେ ଉନ୍ନତିଆଣିବାରେବିଜ୍ଞାନର ଭୂମିକା ମହତ୍ୱପୂର୍ଣ୍ଣ-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୦୫/୧୨/୨୦୨୦ (ଓଡ଼ିଶା ସମାଚାର)- ଦେଶର  ବିକାଶ  ଏବଂ  ଲୋକଙ୍କ  ଜୀବନରେ  ଉନ୍ନତି ଆଣିବାରେ  ବିଜ୍ଞାନ,  ଜ୍ଞାନକୌଶଳ,  ନବଉନ୍ମେଷର  ଭୂମିକା ମହତ୍ୱପୂର୍ଣ୍ଣ ବୋଲି ଶନିବାର ବିଜ୍ଞାନ ଏବଂ  ଶିଳ୍ପ ଗବେଷଣା  ପରିଷଦ-ଖଣିଜ   ଏବଂ  ପଦାର୍ଥ ପ୍ରାଧୋଗିକ   ସଂସ୍ଥା, ଭୁବନେଶ୍ୱର (ସିଏସଆଇଆର-ଆଇଏମଏମଟି) ପକ୍ଷରୁ ଆୟୋଜିତ ଷଷ୍ଠ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବ ୨୦୨୦ରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । “ଆତ୍ମନିର୍ଭର ଭାରତ ଏବଂ ବିଶ୍ୱ କଲ୍ୟାଣ ପାଇଁ ବିଜ୍ଞାନ”ଶୀର୍ଷକ ଏହି ଭର୍ଚୁଆଲ ସମାରୋହରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କୋଭିଡ୍-୧୯ର ପରିସ୍ଥିତି ଆଜି ନୂତନତ୍ୱକୁ ପ୍ରଧାନ୍ୟ ଦେବାର ନୂଆ ମାର୍ଗ ଦେଖାଇଛି ଏବଂ ପୂର୍ବାପେକ୍ଷା  ବିଜ୍ଞାନର  କ୍ଷମତାକୁଅଧିକସୁଦୃଢ଼  କରିବାଗୁରୁତ୍ୱପୂର୍ଣ୍ଣବୋଲି  ଶିକ୍ଷା  ଦେଇଛି  । ଏହି ଅବସରରେ ସେ ଦେଶର ବୈଜ୍ଞାନିକ ସମୁଦାୟଙ୍କୁ ବାସ୍ତବ ଜୀବନର ଶିଳ୍ପ ଏବଂ ସାମାଜିକ ସମସ୍ୟାର ସମାଧାନ କରିବା ଏବଂ‘ଇନୋଭେଟ୍ ଫର୍ ଇଣ୍ଡିଆ’ ଦିଗରେ ଅଧିକ କାମକରିବାକୁ ଆହ୍ୱାନ କରିଛନ୍ତି । ଦେଶର  ବୈଜ୍ଞାନିକ  ସମୂହ ମାନେ  ପ୍ରମାଣିତ  କରିଛନ୍ତି  ଯେ  ଯେତେବେଳେ ଦେଶ ଆହ୍ୱାନର  ସମ୍ମୁଖୀନ  ହୁଏ ସେତେବେଳେ  ସେମାନଙ୍କ ଦ୍ୱାରା ଇନୋଭେସନ  ହିଁ  ଆମକୁ  ସେହି  ଆହ୍ୱାନରୁ ଉଦ୍ଧାର କରିଥାଏ  ।  ମହାକାଶ ଠାରୁ କୃଷି, ଔଷଧ ଠାରୁ ତୈଳ, ଗ୍ୟାସ ଏବଂ ଇସ୍ପାତ୍ ଯାଏଁ ଦେଶର ବୈଜ୍ଞାନିକମାନେ ଆତ୍ମନିର୍ଭର ହେବା ସହ ବିଶ୍ୱର ସାମଗ୍ରିକ କଲ୍ୟାଣ କରିବାରେ ବହୁତ ବଡ଼ ସଫଳତା ହାସଲ କରିଛନ୍ତି  । ଆଇଆଇଏସଏଫ-୨୦୨୦ସଫଳତା ପାଇବା ସହ ଏହାବିଜ୍ଞାନ ଏବଂ ସମାଜ ସହିତ ଯୋଡ଼ିହୋଇ ଭାରତକୁ ଅଧିକ ଆତ୍ମନିର୍ଭର କରିବା ପାଇଁ ନୂଆ ନୂଆ ଉଦ୍ୟୋଗୀ ଇନୋଭେସନ ଆଣିବା ନେଇ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି  । ଉଲ୍ଲେଖନୀୟ ଯେ,  ଏହି  କାର୍ଯ୍ୟକ୍ରମରେ ଭାରତ  ସରକାରଙ୍କ ବିଜ୍ଞାନ  ଏବଂ  ପ୍ରଯୁକ୍ତି ବିଦ୍ୟା  ମନ୍ତ୍ରୀ  ହର୍ଷବର୍ଦ୍ଧନ,ଡିଏସଆଇଆରର  ଡିସି,  ସିଏସଆଇଆର  ଏବଂ  ସଚିବଡା.  ଶେଖର  ସିଂ  ମାଣ୍ଡେ, ସିଏସଆଇଆର – ଆଇଏମଏମଟିର ନିର୍ଦ୍ଦେଶକ ସୁଧାସତ୍ୱା ବାସୁ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *