ଗରଦପୁର, ୦୫/୧୨/୨୦୨୦ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ କଳାବୁଦା ପଂଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ‘ଓଡିଶା ମୋ ପରିବାର’ ଓ ବେଦପ୍ରକାଶ ଅଗ୍ରୱାଲ ସ୍ମୃତି ପରିଷଦ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି । ସ୍ମୃତି ପରିଷଦ ତରଫରୁ ପ୍ରହଲାଦ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଟିତ ଏହି ଶିବିରକୁ ଗରଦପୁର ବ୍ଳକର ମାଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଦିବ୍ୟ ଜ୍ୟୋତି ଯଜ୍ଞ ପ୍ରସାଦ ପୃଷ୍ଟି ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । କଟକ ବ୍ଲଡ଼ ବ୍ୟାଙ୍କ ରୁ ଆସିଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ରକ୍ତଦାତାମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ମୋଟ ୮୬ ୟୂନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ କେନ୍ଦ୍ରାପଡା ଜିଲା ଯୁବ ବିଜେଡ଼ି ସଭାପତି ରାଜେଶ ଦାସ, ଓଡ଼ିଶା ମୋ ପରିବାର ର ସଂଯୋଜକ ହିରଣ୍ୟ ପଣ୍ଡା, ନିରନ୍ତର ରକ୍ତ ଦାତା ଅନପୂର୍ଣ୍ଣା ସାହୁ, ଗରଦପୁର ବ୍ଳକର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ,ପଳସୁଧା ପଂଚାୟତର ସରପଂଚ ଅନୁଜ କୁମାର ମହାନ୍ତି,ଗରଦପୁର ବ୍ଳକର ପୂର୍ବତନ ଆତ୍ମାର ଅଧ୍ୟକ୍ଷ ରବିନ୍ଦ୍ର ନାଥ ମହାନ୍ତି,ସଞ୍ଜୟ କୁମାର ସ୍ୱାଇଁ ,ଦୀପ୍ତି ରଞ୍ଜନ ମହାନ୍ତି, ଗରଦପୁର ବ୍ଳକର ପୂର୍ବତନ ବ୍ଳକ୍ ବିଜେଡି ସଭାପତି ଶୈଳେନ୍ଦ୍ର କୁମାର ମହାନ୍ତି ଓ ମୀର୍ ଗୋଲାମ ଜିଲାନି , ସାମ୍ବାଦିକ ସୁବାସ ସାମଲ, ସମାଜସେବୀ ଶୈଳେନ୍ଦ୍ର ମହାନ୍ତି, ସରୋଜକାନ୍ତ ନାୟକ,ପୂର୍ବତନ ସରପଂଚ ରବିନ୍ଦ୍ର ମହାପାତ୍ର, ଅମୂଳ୍ୟ ସିଂ, ଯୁବ ନେତା ଦିଲିପ ସେଠୀ, ସର୍ବଶ୍ରୀ ରଂଜିତ ପଣ୍ଡା, ଅମିୟ ରାୟ,ସମିତି ସଭ୍ୟ ସୂର୍ଯ୍ୟକାନ୍ତ ଖୁଂଟିଆ, ସଂଜୟ ସ୍ୱାଇଁ,ମମତା ମଲିକ, ଲକ୍ଷ୍ମୀ ଦାଶ, ସରପଂଚ ପ୍ରକାଶ ଚନ୍ଦ୍ର ସାହୁ , ସନ୍ତୋଷ ମାହାଳି, ସରପଂଚ ଦିପିକା ପ୍ରିୟଦର୍ଶିନୀ, ନରୋତମ ପରିଡ଼ା, ବନ ବିହାରୀ ପାତ୍ର , ଅମିୟ ଜେନା, କବି ବିଜନ ରାୟ, ରାଜ କିଶୋର ଜେନା, ମିନତୀ ପଣ୍ଡା, ଲିପୁ ସାହୁ, ସେକ ହଲିମ , ଭାବଗ୍ରାହୀ ସମାନ୍ତରାୟ,ଧୀରେନ କୁମାର ମହାନ୍ତି, ଅନନ୍ତ କୁମାର ଜେନା,ଭରତ ସାର, ଶଙ୍କର ସାହୁ,ହରି ମହାନ୍ତି, ପ୍ରଭାତ ମାହାଳି, ରଂଜନ ଓଗ୍ଦା, ସନାତନ ସେଠୀ ପ୍ରମୁଖ ଯୋଗ ଦେଇ ସ୍ୱେଛାକୃତ ଭାବରେ ଶିବିରରେ ରକ୍ତଦାନ କରିବା ସହିତ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଉଲେଖନୀୟ ଏହିକି ପାଟକୁରା ର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲାଙ୍କ ୮୬ ତମ ଜନ୍ମ ଜୟନ୍ତୀ ଅବସରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର
Home / ରାଜନୀତି / ପୂର୍ବତନ ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲାଙ୍କ ୮୬ ତମ ଜନ୍ମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର