ଭୁବନ ୦୫/୧୨/୨୦୨୦ (ଓଡ଼ିଶା ସମାଚାର/ସୁଶାନ୍ତ କୁମାର ପୋଥାଳ)-ନୟାଗଡ ଜିଲ୍ଲା ଯଦୁପୁର ଗ୍ରାମର ନାବାଳିକା ଝିଅ ପରୀ ହତ୍ୟାକାଣ୍ଡର ଦୀର୍ଘ ୪ ମାସ ବିତିଯାଇଥିବା ବେଳେ ସରକାର ଏବଂ ପୋଲିସ ପ୍ରଶାସନ ହତ୍ୟାକାରୀକୁ ସୁରକ୍ଷାଦେବା ସକାଶେ ଅହେତୁକ ବିଳମ୍ବ କରୁଥିବା ଅଭିଯୋଗ କରି ପରୀ କୁ ତୁରନ୍ତ ନ୍ୟାୟ ପ୍ରଦାନ, ହତ୍ୟାକାରୀକୁ ଫାଶି ଦଣ୍ଡ ଦେବା ଦାବିରେ ଏବିଭିପି ଭୁବନ ଶାଖା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଭୁବନ ଶାଖା ନଗର ସମ୍ପାଦକ ଜଗବନ୍ଧୁ ସାହୁ ଙ୍କ ନେତୃତ୍ୱରେ ଧୀରେନ୍ଦ୍ର ପୃଷ୍ଟି,ଚନ୍ଦନ ସାହୁ,କମଳ ସାହୁ,ହାପି ମହାଳିକ,ସିପିନା ନାୟକ,ଜଗନ୍ନାଥ ସାହୁ,ମିଥୁନ ସାହୁ,ସାଗରିକା ସାହୁ ପ୍ରମୁଖ ବିଦ୍ୟାର୍ଥୀ ମାନେ ୫୩ ନମ୍ବର ଜାତୀୟ ରାଜପଥର କାଳୀବଜାର ସ୍ଥିତ ସହିଦ ବାଜିରାଉତଙ୍କ ପ୍ରତିମୂର୍ତି ନିକଟରେ ଏକତ୍ରିତ ହୋଇ ବିକ୍ଷୋଭ କରିବା ସହ ସରକାରଙ୍କ କାର୍ଯ୍ୟକୁ ତୀବ୍ର ନିନ୍ଦା କରି ମନ୍ତ୍ରୀ ଅରୁଣ ସାହୁ ଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଥିଲେ । ଓଡ଼ିଶା ସମାଚାର