Friday , October 22 2021
Breaking News
Home / କୃଷି / ଡିସେମ୍ବର-୫ ବିଶ୍ୱ ମୃତିକା ଦିବସ ପାଳନ କରିବାକୁ ଭୁଲିଗଲେ ସମାଜସେବୀ

ଡିସେମ୍ବର-୫ ବିଶ୍ୱ ମୃତିକା ଦିବସ ପାଳନ କରିବାକୁ ଭୁଲିଗଲେ ସମାଜସେବୀ

ପାରାଦୀପ ୦୫/୧୨/୨୦୨୦ (ଓଡ଼ିଶା ସମାଚାର)-ଡିସେମ୍ବର ମାସ ୫ତାରିଖକୁ ସମଗ୍ର ବିଶ୍ୱରେ ବିଶ୍ୱ ମୃତିକା ଦିବସ ଭାବେ ପାଳିତ ହୋଇଥାଏ । ମାଟି ହିଁ ଜୀବନ । ଏହି ମାଟିକୁ ଆମେ ମା ପରି ପୂଜା କରିଥାଉ । ମାଟି, ପାଣି, ପବନ କୁ ନେଇ ଆମ ଶରୀର ଗଢା । ବିଭିନ୍ନ ପୂଜା ପାର୍ବଣରେ ସପ୍ତ ମୃତିକା ର ଆବଶ୍ୟକତା ଥାଏ । ମୃତିକା ଉପରେ ଆମେ ବୃକ୍ଷ ରୋପଣ କରି ଏ ଜୀବ ଜଗତକୁ ରକ୍ଷା କରିଥାଏ । ଏହି ମାଟି ଉପରେ ଆମେ ଶିଶୁ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ ବସବାସ କରିଥାଉ । ମୃତିକା ସଂରକ୍ଷଣ ପାଇଁ ସମଗ୍ର ବିଶ୍ୱ ଚିନ୍ତିତ । କିନ୍ତୁ ଦିନକୁ ଦିନ ବଢୁଥିବା ପ୍ରଦୂଷଣର ମାତ୍ରା କାରଣରୁ ମୃତିକା ପ୍ରଦୂଷଣ ମାତ୍ରା ମଧ୍ୟ ବୃଦ୍ଧି ପାଇବାକୁ ଲାଗିଛି । ଯାହାକି ମଣିଷ ସମାଜ ପାଇଁ ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ । ମୃତିକା ପ୍ରଦୂଷଣ ହେଲେ କେବଳ ମନୁଷ୍ୟ ସମାଜ ପ୍ରଭାବିତ ହେବ ତା ନୁହଁ ପ୍ରାଣୀ ସମାଜ ମଧ୍ୟ ସମାନ ଭାବେ ପ୍ରଭାବିତ ହେବ । ମୃତିକା ମଣିଷ ଜୀବନ ପାଇଁ ଅନେକ ମହତ୍ୱପୂର୍ଣ୍ଣ କାରଣ ବୃକ୍ଷ ବଂଚିବା ପାଇଁ ମାଟି ଆବଶ୍ୟକ । ସେଥିଲାଗି ମୃତିକା ର ଉଚିତ ଭାବେ ଯତ୍ନ ନେବା ଦରକାର । ସୂଚନା ଅନୁଯାୟୀ, ପ୍ରଥମେ ୨୦୦୨ରେ ମୃତିକା ବିଜ୍ଞାନ ଓ ଅନ୍ତରାଷ୍ଟ୍ରୀୟ ସଂଘ ମୃତିକା ଦିବସ ପାଳନର ପ୍ରସ୍ତାବ ରଖିଥିଲା । ସମସ୍ତଙ୍କ ସମର୍ଥନ ମିଳିବା ପରେ ୨୦୧୩ ମସିହାରେ ୬୮ ଭେନ ଷ୍ଟାରରେ ସଂଯୁକ୍ତ ମହାରାଷ୍ଟ୍ର ଡିସେମ୍ବର ୫କୁ ବିଶ୍ୱ ମୃତିକା ଦିବସ ରୁପେ ପାଳନ କରିବାକୁ ଅନୁମତି ମିଳିଲା । ପରମୂହୁର୍ତରେ ୨୦୧୪ରେ ଏହି ଦିବସକୁ ସଠିକ ରୁପେ ପାଳନ କରାଯିବା ଆରମ୍ଭ କରାଗଲା । କିନ୍ତୁ ବନ୍ଦର ସହର ପାରାଦୀପରେ ବହୁ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନ କାମ କରନ୍ତି । ହେଲେ ଡିସେମ୍ବର ୫ତାରିଖ ବିଶ୍ୱ ମୃତିକା ଦିବସ ପାଳନ କରିବାକୁ କେହି ହେଲେ ବି ଉଚିତ ମନେ କଲେ ନାହିଁ । ବିଭିନ୍ନ ସମୟରେ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଫଟୋ ସେୟାର କରିବା, କିଛି ହାତ ଗଣତି ସାମ୍ବାଦିକ ମାନଙ୍କୁ ଡାକି ନିୟୁଜ କରିବା ଓ ତାପର ଦିନ ଖବରକାଗଜ ଖୋଜି ପ୍ରକାଶିତ ଖବରକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଥିବା ଏହି ସଂଗଠନମାନେ କେବଳ ଫଟୋରେ ହିଁ ସୀମିତ ହୋଇ ରହୁଛନ୍ତି । ସରକାର ପରିବେଶର ସୁରକ୍ଷା, ମୃତିକା ସଂରକ୍ଷଣର ବାର୍ତା ଦେଉଥିବା ବେଳେ ଏହି ବାର୍ତାକୁ ସାଧାରଣ ଲୋକଙ୍କ ପାଖରେ ପହଁଚାଇବାକୁ ବି ଏମାନେ ଭୁଲିଗଲେ । ଡିସେମ୍ବର ୫ତାରିଖରେ ବନ୍ଦର ସହରର କୌଣସି ବି ସ୍ଥାନରେ ଏହି ତଥାକଥିତ ତଥା ଆତ୍ମ ଘୋଷିତ ସମାଜସେବୀ ମାନେ ମୃତିକା ସଂରକ୍ଷଣ ପାଇଁ ଗୋଟିଏ ବି ପଦକ୍ଷେପ ନ ନେବା ସେମାନଙ୍କ କାର୍ଯ୍ୟଶୈଳୀ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *