ଭୁବନେଶ୍ୱର, ୦୫/୧୨/୨୦୨୦ (ଓଡ଼ିଶା ସମାଚାର)-ଭୁବନେଶ୍ୱର ମହାନଗର ନିଗମର ୪ ନମ୍ବର ୱାର୍ଡର ଜୟପୁର ଗ୍ରାମର ଭାଗବତ ବାସୁଦେବଙ୍କ ୧୧୩ତମ ବାର୍ଷିକ ମହୋତ୍ସବ ଅବସରରେ ନୂତନ ଗୃହ ପ୍ରବେଶ କାର୍ଯ୍ୟକ୍ରମ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଅନୁଷ୍ଠିତ ହୋଇଯାଇଛି । ରାଉତରାୟ ପରିବାରର ସ୍ୱର୍ଗତ ପ୍ରାଣବନ୍ଧୁ ରାଉତରାୟଙ୍କସ୍ତରାଧିକାରୀ ଆନ୍ତର୍ଜାତିକ କ୍ରୀଡ଼ାବିତ୍ ଅରୂପାନନ୍ଦ ରାଉତରାୟ, ଉମେଶ ଚନ୍ଦ୍ର ରାଉତରାୟ, ଅକ୍ଷୟ କୁମାର ରାଉତରାୟ, ବିକ୍ରମ ରାଉତରାୟ, ବୈଜ୍ଞାନିକ ସ୍ୱରୂପ ରାଉତରାୟ, ଆଡଭୋକେଟ୍ ଚୁ୍ୟତାନନ୍ଦ ରାଉତରାୟ, ବିଜୟାନନ୍ଦ ରାଉତରାୟଙ୍କ ସହଯୋଗରେ ପ୍ରତିଷ୍ଠିତ ନୂତନ ଗୃହ ହୋମ, ଯଜ୍ଞ, ପ୍ରତୀକାତ୍ମକ ସଂକୀର୍ତନ ସହ ସଂକୀର୍ତନ ମଣ୍ଡଳୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବେଦବିଦ୍ୱାନ ସୁରେନ୍ଦ୍ରନାଥ ଛୋଟରାୟ, ସଂକୀର୍ତନ ସେବକ ଲକ୍ଷ୍ମୀଧର ବେହେରା, ମହନ୍ତି ନଳିନୀ ସ୍ୱାଇଁ, ଉପଦେଷ୍ଟା ଜଗଦାନନ୍ଦ ରାଉତରାୟ, ଅପ୍ରମୁଖ ଯୋଗଦାନ କରିଥିଲେ । ପ୍ରଫେସର ଡଃ ସିଦ୍ଧାର୍ଥ ରାଉତରାୟ ଓ ଅଧ୍ୟାପିକା ଡଃ ମଞ୍ଜୁସା ପାଣ୍ଡେ ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ବିଭିନ୍ନ ସଂକୀର୍ତନ ମଣ୍ଡଳୀ କର୍ମକର୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର