Thursday , September 28 2023
Home / ବିଶେଷ / କରୋନା କାହାଣୀ  

କରୋନା କାହାଣୀ  

ଗରଦପୁର, ୦୫/୧୨/୨୦୨୦ (ଓଡ଼ିଶା ସମାଚାର)-କରୋନା କାହାଣୀ । ଗରଦପୁର ବ୍ଲକ୍ ଅନ୍ତର୍ଗତ ବଡ଼ କଳାବୁଦା ଗ୍ରାମର କେଦାର ମଲିକ , ବୟସ ୩୫ । ସ୍ତ୍ରୀ , ୨ ପୁଅ ଙ୍କୁ ନେଇ ତାଙ୍କ ପରିବାର । କେଦାର ଆନ୍ଦ୍ର ପ୍ରଦେଶର ନେଲୋର ଜିଲାର ଏମଏସଏଲ ଟେକ୍ସଟାଇଲ ମିଲ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।  ସେଥିରେ ସେ ପରିବାର ଚଳାଉଥିଲେ । ପୁଅ ଆକାଶ ୯ମ ଶ୍ରେଣୀରେ ପଢ଼ୁଥିଲାବେଳେ ୨ୟ ପୁଅ ରାଜେଶ ୫ମ ଶ୍ରେଣୀରେ ପଢ଼ୁଛନ୍ତି । କେଦାର ପିଲାମାନଙ୍କ ପାଠ ପଢ଼ା ପାଇଁ ଟ୍ୟୁସନ ଫିସ ଦେବା ସହିତ ଘର ଓ ପରିବାର ପ୍ରତିପୋଷଣର ସମସ୍ତ ଖର୍ଚ୍ଚ ବୁଝନ୍ତି । କିନ୍ତୁ ହଠାତ ତାଙ୍କ ମୁଣ୍ଡ ଉପରେ କରୋନା ବୋଝ ପଡ଼ିଲା । ମହାମାରୀ କରୋନା ପାଇଁ ଭାରତ ବର୍ଷ ସାରା ଯେତେବେଳେ ଲକ ଡ଼ାଉନ ହେଲା କେଦାର କାମ କରୁଥିବା ଟେକ୍ସଟାଇଲ ମିଲ ବନ୍ଦ ହୋଇଗଲା । କେଦାର କୌଣସି ଉପାୟ ନପାଇ ରୋଜଗାର ହରାଇ ଗ୍ରାମକୁ ଫେରିଆସିଲେ । ପ୍ରବାସୀ ମାନଙ୍କୁ କୌଣସି ନା କୌଣସି କର୍ମ ନିଯୁକ୍ତି ଦେବାପାଇଁ ସରପାର ଘୋଷଣା କରିଥିବାରୁ ସେହି ଅପେକ୍ଷାରେ କେଦାର ୪ ମାସ ରହିଲେ ।  କିନ୍ତୁ କୌଣସି କର୍ମ ନିଯୁକ୍ତି ସରକାରଙ୍କ ତରଫରୁ ମିଳିଲା ନାହିଁ । ସ୍ତ୍ରୀ ପିଲା ଭୋକ ଉପବାସରେ ଦିନ କାଟିଲେ । ଗତ ୪ ମାସ ହେଲା ନିଜ ଗ୍ରାମର ହାଇସ୍କୁଲ ଛକରେ କେଦାର ଏକ ପାନ ଦୋକାନ ଖୋଲିଛନ୍ତି । କେବିନ୍ ପକାଇ ପାନ ଦୋକାନ କରିଛନ୍ତି , ସେଥିରେ ସେ ୨୫ ହଜାର ଟଙ୍କା ଖଟାଇଛନ୍ତି । ପାନ ଦୋକାନରେ ମଧ୍ୟ ଭଲ ବ୍ୟବସାୟ, ରୋଜଗାର ହେଉନାହିଁ । କେତେବେଳେ ୨୦୦ ବା ୧୦୦ ଟଙ୍କା ଦୈନିକ ବିକ୍ରୀ ହେଉଛି । ୨୦୦ / ୧୦୦ ଦୈନିକ ବେପାରରେ କେତେବା ଲାଭ ମିଳିବ ? ପାନ ଦୋକାନ କରି ବସିଥିଲେ ମଧ୍ୟ ବେପାର ଠିକ ସେ ହେଉ ନଥିବାରୁ ଦୁଃଖ ଦୈନ ଓ ହତାଶା ମଧ୍ୟରେ କେଦାର ଅଛନ୍ତି । କିନ୍ତୁ କୌଣସି ବାଟରେ ତାଙ୍କୁ କର୍ମ ନିଯୁକ୍ତି ମିଳିବ ସେ ରୋଜଗାର କରିବେ ଓ ପରିବାର ପ୍ରତି ପୋଷଣ କରିବେ , ଏମିତି ଆଶା ବି ତାଙ୍କର ରହିଛି । ଯଦି ପ୍ରବାସୀ ଭାବରେ ସରକାରୀ ପ୍ରୋତ୍ସାହନ କିମ୍ବା ବ୍ୟାଙ୍କ ଋଣ ମିଳି ପାରନ୍ତା ସ୍ୱାମୀ ସ୍ତ୍ରୀ ଉଭୟେ ଆତ୍ମ ନିଭରେଶୀଳ ହୋଇପାରନ୍ତେ ବୋଲି କେଦାର ଓ ତାଙ୍କ ପତ୍ନୀ ବାସନ୍ତୀ ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *